ନଖରାମିଲାଗି ଏବେ ଚର୍ଚ୍ଚାରେ ସାରା ଅଲ୍ଲୀ ଖାନ

Advertisment
ନଖରାମିଲାଗି ଏବେ ଚର୍ଚ୍ଚାରେ ସାରା ଅଲ୍ଲୀ ଖାନ

ମୁମ୍ବାଇ: ବଲିଉଡର ଜଣାଶୁଣା ନାୟକ ସୈଫ୍‌ ଅଲ୍ଲୀ ଖାନଙ୍କ କନ୍ୟା ସାରାଅଲ୍ଲୀ ଖାନ ‘କେଦାର୍‌ନାଥ୍‌’ଫିଲ୍ମ ଜରିଆରୁ ବଲିଉଡ଼୍‍ରେ ଡ଼େବ୍ୟୁ  କରୁଛନ୍ତି।ଏହା ସହିତ ସେ ରୋହିତ ସେଟ୍ଟିଙ୍କ ‘ସିମ୍ବା’ରେ ରଣବୀର ସିଂହଙ୍କ ଅପୋଜିଟରେ କାଷ୍ଟ୍‍ ହୋଇଛନ୍ତି। ତେବେ ତାଙ୍କର ପ୍ରଥମ ସିନେମା ଏଯାବତ୍‌ ରିଲିଜ୍‌ ହୋଇ ନାହିଁ। ହେଲେ ସାରା ତାଙ୍କର ନଖରାମିଲାଗି ଏବେ ଚର୍ଚ୍ଚାରେ ରହିଛନ୍ତି।

ହଁ ସେ ଏଭଳି କିଛି କାରନାମା କରିଥିବା ହେତୁ ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି। ରୁବି ଜୈନ୍‌ ନାମକ ଜଣେ ମହିଳା ତାଙ୍କର ଟ୍ୟୁଟର ପେଜରେ ଲେଖିଛନ୍ତି ଯେ  ସେ ସାରାଙ୍କ ସହ ସେଲଫି ଉଠାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ହେଲେ  ସାରା ନିଜକୁ ବୋଧହୁଏ ବହୁତ ପ୍ରସିଦ୍ଧ ବୋଲି ମନେକରି ଏଥିପାଇଁ ମନା କରି ଦେଇଥିଲେ । ଏହାକୁ କିଛି ଲୋକ ନାପସନ୍ଦ କରିଛନ୍ତି । ଆଉ କେତେକ ସାରାଙ୍କୁ ସମର୍ଥନ କରିଛନ୍ତି।

publive-image photo-amarujala

ଏଠାରେ ସୂଚନାଯୋଗ୍ୟ ଯେ ସାରାଙ୍କୁ ସିନିଅର୍‌ ଆକ୍ଟର୍‌ ସନ୍ନି ଦେଓଲ୍‌ ତାଙ୍କ ପୁଅ କରଣ ଦେଓଲ୍‌ଙ୍କ ଅପୋଜିଟ୍‌ରେ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ରେ ଅଭିନୟ କରିବାକୁ ଅଫର୍‌ ଦେଇଥିଲେ । ହେଲେ ସେ ତାକୁ ମଧ୍ୟ ପ୍ରତ୍ୟାଖାନ କରିଥିଲେ। ଏହାକୁ ନେଇ ସମାଲୋଚନାର ଶିକାର ହୋଇଥିଲେ ସାରା। ସଲମାନ୍‌ ଖାନଙ୍କ ଭିଣୋଇ ତଥା ତାଙ୍କର ଭଉଣୀ ଅର୍ପିତା ଖାନ୍‌ଙ୍କ ସ୍ୱାମୀ ଆୟୁଷ୍‌ଙ୍କ ହିରୋଇନ୍‌ ଲାଗି ସଲମାନ୍‌ ସାରାଙ୍କୁ ତାଙ୍କର ଅଫର୍‌ ଦେଇଥିଲେ। ହେଲେ  ସାରା ସେଥିଲାଗି ମନା କରିଥିଲେ । ଏହା ସାରାଙ୍କ ନଖରାମି ବୋଲି କୁହାଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe