ଅଭିନେତ୍ରୀମାନେ ଭଲ ବନ୍ଧୁ ହୋଇପାରିବେ ନାହିଁ ବୋଲି ଯେଉଁ ଧାରଣା ରହିଆସିଛି ତାହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ସାରା ଅଲୀ ଖାନ 

ଅଭିନେତ୍ରୀମାନେ ଭଲ ବନ୍ଧୁ ହୋଇପାରିବେ ନାହିଁ ବୋଲି ଯେଉଁ ଧାରଣା ରହିଆସିଛି ତାହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ସାରା ଅଲୀ ଖାନ 

indianexpress.com

ଅଭିନେତ୍ରୀମାନେ ଭଲ ବନ୍ଧୁ ହୋଇପାରିବେ ନାହିଁ ବୋଲି ଯେଉଁ ଧାରଣା ରହିଆସିଛି ତାହାକୁ ସାରା ଅଲୀ ଖାନ ଭୁଲ୍ ପ୍ରମାଣିତ କରିଛନ୍ତି। ସାରା ଓ ଜାହ୍ନବୀ କପୁରଙ୍କ ଦୃଢ଼ ବନ୍ଧୁତା ସେଭଳି ଏକ ଦୃଷ୍ଟାନ୍ତ। ଉଭୟ ନିୟମିତ ମିଳାମିଶା କରିବା ସହିତ ଏକା ସାଙ୍ଗେ ବୁଲିବାକୁ ମଧ୍ୟ ଯାଆନ୍ତି। ଅତୀତରେ ସେମାନଙ୍କୁ କେଦାରନାଥ, ଗୋଆ, ମୁମ୍ବାଇରେ ଆୟୋଜିତ ସଂଗୀତ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ନିକଟରେ ସାରା ଏକ ସାକ୍ଷାତକାରରେ ସେମାନଙ୍କ ଘନିଷ୍ଠତା ସମ୍ପର୍କରେ କହିଛନ୍ତି ଯେ ସେମାନେ ଉଭୟ ଉଚ୍ଚାକାଂକ୍ଷୀ। ତେବେ ଦୁହେଁ ଭିନ୍ନ ମଣିଷ ହୋଇଥିଲେ ବି ପରସ୍ପର ପାଖରେ ସହଜ ଅନୁଭବ କରନ୍ତି। କୋଭିଡ୍‌ ଯୋଗୁଁ ସେମାନଙ୍କ ଜୀବନର ୧୮ ମାସ ନଷ୍ଟ ହୋଇଥିବାର ସେ ପ୍ରକାଶ କରିଛନ୍ତି।

publive-image Exchange4media

ସାରାଙ୍କର ବିଶେଷତ୍ବ ଯେ ସେ ଅନନ୍ୟା ପାଣ୍ଡେ ଓ ରାଧିକା ମଦନଙ୍କ ସମେତ ସବୁ ସମସାମୟିକ ଅଭିନେତ୍ରୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି। ଏହାର କାରଣ ପଚାରିବାରୁ ସାରା କୁହନ୍ତି ଯେ ଅନ୍ୟ ଅଭିନେତ୍ରୀମାନେ ତାଙ୍କ ଠାରୁ ଭିନ୍ନ ହୋଇଥିବାରୁ ସେ ସେମାନଙ୍କ ପାଖରୁ ଅନେକ ନୂଆ କଥା ଶିଖିବାକୁ ପାଆନ୍ତି। ତେଣୁ ସେମାନଙ୍କ ସହ ମିଶିବାକୁ ସେ ଭଲପାଆନ୍ତି। ନିକଟରେ ମୁକ୍ତିଲାଭ କରିଥିବା ‘ଅତରଙ୍ଗୀ ରେ’ ଚଳଚ୍ଚିତ୍ରରେ ରିଙ୍କୁ ସୂର୍ଯ୍ୟବଂଶୀ ଚରିତ୍ରରେ ଅଭିନୟ ପାଇଁ ସାରା ପ୍ରଶଂସା ସାଉଁଟୁଛନ୍ତି। ଆଗକୁ ଏକ ପ୍ରେମ କାହାଣୀରେ ଭିକି କୌଶଲଙ୍କ ସହ ସେ ଦେଖାଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe