ଆପଣ ଜାଣନ୍ତି କି କେଉଁ ୨ ଭାଇଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ସାରା ଓ ଜାହ୍ନବୀ?

Advertisment
ଆପଣ ଜାଣନ୍ତି କି କେଉଁ ୨ ଭାଇଙ୍କୁ ଡେଟ୍‌ କରୁଛନ୍ତି ଅଭିନେତ୍ରୀ ସାରା ଓ ଜାହ୍ନବୀ?

ମୁମ୍ବାଇ: ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ସୋ’ କଫି ଉଇଥ୍ କରଣ ସିଜିନ-୭ରେ ନଜର ଆସିଥିବା ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଓ ଜାହ୍ନବୀ କପୁର୍‌ଙ୍କର ଏକ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ୍‌ ‌ହେବାରେ ଲାଗିଛି। ଏପିସୋଡ୍‌ରେ ପ୍ରଥମେ ଦୁହେଁ ସେମାନଙ୍କ ପ୍ରଥମ ସାକ୍ଷାତ ଓ ବନ୍ଧୁତା ବିଷୟରେ କହିବା ପରେ ଦୁହିଁଙ୍କ ବ୍ୟକ୍ତିଗତ ବ୍ୟାପାର ସଂପର୍କରେ ମଧ୍ୟ ଦେଖିବାକୁ ମିଳିଛି।

ଆପଣ ଜାଣନ୍ତି ଯେ ଜାହ୍ନବୀ କପୁର ଓ ସାରା ଅଲ୍ଳୀ ଖାନ୍‌ ଦୁହେଁ ଖୁବ୍ ଭଲ ବନ୍ଧୁ। ତେବେ କରଣ ତାଙ୍କ ସୋ’ରେ ସେମାନଙ୍କ ସଂପର୍କରେ ଏକ ବ୍ୟକ୍ତିଗତ କଥାକୁ ବି ଉଲ୍ଳେଖ କରିଛନ୍ତି। କରଣ ଖୁଲାସା କରିଛନ୍ତି ଯେ ଉଭୟ ସାରା ଓ ଜାହ୍ନବୀ ୨ ଭାଇଙ୍କୁ ଡେଟ୍‌ କରୁଥିଲେ। କରଣଙ୍କ ମୁହଁରୁ ଏକଥା ଶୁଣିବା ପରେ ଦୁହେଁ ଏକ୍‌ଦମ୍‌ ଚକିତ ହୋଇ ଯାଇଥିଲେ।

ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସେ ଦୁଇ ଭାଇ କିଏ? ସେ ଦୁହେଁ ହେଉଛନ୍ତି ବୀର ପହରିୟା ଓ ଶିଖର ପହରିୟା। ସୋସିଆଲ୍‌ ମିଡିଆରେ ଜାହ୍ନବୀ ଓ ସାରାଙ୍କର ପହରିୟା ବ୍ରଦର୍ସଙ୍କ ସହ ଅନେକ ଫଟୋ ଅଛି। ସାରା ବୀରଙ୍କୁ ଡେଟ୍‌ କରୁଥିବା ବେଳେ ଶିଖରଙ୍କୁ ଡେଟ୍‌ କରୁଛନ୍ତି ଜାହ୍ନବୀ। ଅତୀତରେ ଏହି ୨ ଭାଇଙ୍କ ନାମକୁ ନେଇ ସାରା ଓ ଜାହ୍ନବୀ ଖୁବ୍ ଭାଇରାଲ୍‌ ହୋଇଛନ୍ତି। ଅବଶ୍ୟ ଏବେ ସେମାନେ ଏ ସଂପର୍କରେ କିଛି କହିନାହାନ୍ତି। ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି ପହରିୟା ବ୍ରଦର୍ସ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁୁମାର ସିନ୍ଦେଙ୍କ ନାତି।

ଏହି ସୋ’କୁ ଆସି ଦୁହେଁ କେଦାରନାଥରେ ତାଙ୍କ ସହ ଘଟିଥିବା ଘଟଣା ବି ସେୟାର କରିଛନ୍ତି। କେଦାରନାଥ ଯାତ୍ରା କେତେ କଷ୍ଟକର ଥିଲା ଏବଂ ଦୁହେଁ କିଭଳି ମୃତ୍ୟୁମୁଖରୁ ବଞ୍ଚିଥି‌ଲେ ସେ ବିଷୟରେ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe