ଶୁଭମନଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ କ୍ରିକେଟରଙ୍କୁ ବିବାହ କରିବା ନେଇ ଏଭଳି କହିଲେ ସାରା

ଶୁଭମନଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ କ୍ରିକେଟରଙ୍କୁ ବିବାହ କରିବା ନେଇ ଏଭଳି କହିଲେ ସାରା

koimoi

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର ରହିଛି। ପ୍ରାୟତଃ ଦେଖାଯାଇଛି ଯେ କ୍ରିକେଟ୍ ଜଗତର ତାରକାମାନେ ବଲିଉଡ ଅଭିନେତ୍ରୀମାନଙ୍କ ସହ ବନ୍ଧୁତା କରନ୍ତି ଏବଂ ପରେ ସେମାନଙ୍କ ସମ୍ପର୍କ ବିବାହର ରୂପ ନିଏ। ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ କ୍ରିକେଟର ମନସୁର ଅଲି ଖାନ ପଟୌଦି ଏହାର ଏକ ବଡ଼ ଉଦାହରଣ ଥିବାବେଳେ ଗତ କିଛି ମାସ ହେଲାଣି ତାଙ୍କ ନାତୁଣୀ ସାରା ଅଲି ଖାନଙ୍କ ନାମ ମଧ୍ୟ କ୍ରିକେଟର ଶୁଭମନ ଗିଲଙ୍କ ସହ ଯୋଡା ଯାଉଛି।

‌କିଛି ମାସ ହେଲାଣି ଏହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ସାରା। ଜେଜେ ମା’ଙ୍କ ଭଳି ତୁମେ ମଧ୍ୟ ଜଣେ କ୍ରିକେଟରଙ୍କୁ ବିବାହ କରିବ କି? ବୋଲି ପ୍ରଶ୍ନ କରାଯିବା ପରେ ଉତ୍ତରରେ ସାରା କହିଥିଲେ, ମୋ ଜୀବନସାଥୀ ଜଣେ କ୍ରିକେଟର, ଅଭିନେତା, ଡାକ୍ତର କିମ୍ବା ବ୍ୟବସାୟୀ ହୋଇପାରନ୍ତି। ପେସା କିଛି ବି ହୋଇପାରେ। ପେସା ଯାହା ହେଲେ ବି ଚଳିବ କିନ୍ତୁ ତାଙ୍କ ସହ ମୋର ଚିନ୍ତାଧାରା ଓ ମାନସିକତା ମିଶିବା ଜରୁରୀ।

କିଛି ମାସ ତଳେ ସାରା ଓ ଶୁଭମନଙ୍କୁ ଏକ ହୋଟେଲରୁ ସାଙ୍ଗ ହୋଇ ବାହାରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ସହିତ ଉଭୟଙ୍କୁ ବିମାନରେ ମଧ୍ୟ ଏକାଠି ଦେଖାଯାଇଥିବା ଦାବି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe