Advertisment

ଦୌଡ଼ିକି ଯାଇ ଗାଡ଼ି‌ରେ ବସିପଡ଼ିଲେ ସାରା: ଧାଇଁ ଧାଇଁ କାର୍‌ ଦୁଆରେ ପହଞ୍ଚିଲେ ଫଟୋଗ୍ରାଫର୍‌

Advertisment
ଦୌଡ଼ିକି ଯାଇ ଗାଡ଼ି‌ରେ ବସିପଡ଼ିଲେ ସାରା: ଧାଇଁ ଧାଇଁ କାର୍‌ ଦୁଆରେ ପହଞ୍ଚିଲେ ଫଟୋଗ୍ରାଫର୍‌

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସଫଳତା ପାଇଁ ଆଜିକାଲି ସାରା ଅଲି ଖାନ୍ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଚଳଚ୍ଚିତ୍ର ‘ଜରା ହଟ୍‌କେ ଜରା ବଚ୍‌କେ’ ଏବେ ପ୍ରେକ୍ଷାଳୟରେ ପଡ଼ିଥିବା ବେଳେ ସାରାଙ୍କ ପ୍ରଶଂସକ ବି ଢେର୍‌ ଅଧିକ ବଢ଼ି ଯାଇଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସେ‌ାସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭାଇରାଲ୍‌ ଭିଡିଓରେ ସାରାଙ୍କୁ ‌ଦୌଡୁଥିବାର ଦେଖିବାକୁ ମିଳିିଛି। ତାଙ୍କ ପଛରେ ଜଣେ କ୍ୟାମେରାମ୍ୟାନ୍‌ ବି କ୍ୟାମେରା ଧରି ଦୌଡୁଛନ୍ତି।

ନିକଟରେ ସେ ତାଙ୍କ ସହ-ତାରକା ଭିକି କୌଶଲଙ୍କ ସହ ଏକ ଇଭେଣ୍ଟ୍‌କୁ ଯାଇଥିବା ବେଳେ ସାରା ଫଟୋଗ୍ରାଫର୍‌ଙ୍କଠାରୁ ଦୂରେଇ ଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହୋଇ ଚାରିଆଡ଼େ ଚର୍ଚ୍ଚା ପାଲଟିଛି।

ଫିଲ୍ମର ସଫଳତାକୁ ପାଳନ କରିବା ପାଇଁ ସାରା ଏବଂ ବିକି ଗତକାଲି ରାତିରେ ଏକ ସ୍ୱତନ୍ତ୍ର ସମାବେଶ ପାଇଁ ଏକାଠି ହୋଇଥିଲେ। ଏହି ଭିଡିଓଟି ‌ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ସାରାଙ୍କୁ ତାଙ୍କ କାର ଆଡକୁ ‌‌ଦୌଡୁଥିବା ବେଳେ ଫଟୋଗ୍ରାଫର୍‌ ତାଙ୍କୁ ଡାକିକି କ’ଣ ଘଟିଛି ବୋଲି ପ୍ରଶ୍ନ କରିବାରେ ଲାଗିଛନ୍ତି।

ଦେଖାଯାଉଛି ‌ଯେ ସାରା ଫଟୋଗ୍ରାଫର୍‌ଙ୍କ ସହିତ ବାର୍ତ୍ତାଳାପକୁ ଏଡ଼ାଇବାକୁ ଚାହୁଁଛନ୍ତି। ସେ ଏକ କାଜୁଆଲ୍‌ ପୋଷାକ ପିନ୍ଧିଥିଲେ। ସାରା ‘ଜରା ହଟ୍‌କେ ଜରା ବଚ୍‌କେ’ ଲେଖା ହୋଇଥିବା ଏକ ଟି-ସାର୍ଟ ପିନ୍ଧିଥିଲେ। ତେବେ ସାରା ଅଚାନକ ଏପରି କାହିଁକି ‌ଦୌଡ଼ିଥିଲେ ତାହା ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe