ସୈଫ୍-କରୀନାଙ୍କ ନବଜାତ ପୁତ୍ରକୁ ପ୍ରଥମ ଥର ଦେଖିବା ପରେ କିପରି ଥିଲା ସାରାଙ୍କ ପ୍ରତିକ୍ରିୟା?

Advertisment
ସୈଫ୍-କରୀନାଙ୍କ ନବଜାତ ପୁତ୍ରକୁ ପ୍ରଥମ ଥର ଦେଖିବା ପରେ କିପରି ଥିଲା ସାରାଙ୍କ ପ୍ରତିକ୍ରିୟା?

NDTV.com

ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଯେ ଚଳିତବର୍ଷ ଫେବ୍ରୁଆରି ୨୧ ତାରିଖ‌ରେ ଅଭିନେତା ସୈଫ୍‌ ଅଲ୍ଲି ଖାନ୍‌ ଓ ଅଭିନେତ୍ରୀ କରୀନା କପୁର ଖାନ ‌ତାଙ୍କର ଦ୍ବିତୀୟ ଶିଶୁକୁ ଦୁନିଆକୁ ସ୍ବାଗତ କରିଛନ୍ତି। ଅର୍ଥାତ ଦ୍ବିତୀୟ ଥର ପାଇଁ ବି ଏକ ଶିଶୁ ପୁତ୍ରର ଜନକ-ଜନନୀ ସାଜିଛନ୍ତି ସୈଫ୍‌ ଓ କରୀନା।

ତେବେ, କରୀନା ଓ ସୈଫ୍‌ ଏଯାବତ୍‌ ସେମାନଙ୍କ ଦ୍ବିତୀୟ ଶିଶୁର ଚିତ୍ର ସୋସିଆଲ୍‌ ମିଡିଆ କିମ୍ବା କୌଣସି ଗଣାମଧ୍ୟମରେ ସେୟାର୍‌ କରିନାହାନ୍ତି। ନିଜର ନବଜାତ ଭାଇ ସଂପର୍କରେ ଯେତେବେ ସୈଫ୍‌ଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରାଙ୍କୁ ପଚାରାଗଲା, ସେ କହିଲେ ନବଜାତ ଭାଇକୁ ଦେଖି ସେ ଏକଦମ ତରଳି ଗଲେ।

ସାରା ଅଲ୍ଲି ଖାନ୍‌ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି କି ‘ସେ ମୋ‌ତେ ଦେଖିଲା ଓ ହସିଦେଲା। ଆଉ ମୁଁ ତରଳି ଗଲି।’ ସାରା ଆହୁରି ବି କହିଛନ୍ତି କି ସେ ତାଙ୍କ ବାପା ସୈଫ୍‌ଙ୍କ ସହ ଏକ ମଜାକ ସବୁବେଳେ କରି ଆସନ୍ତି। ସେ ତାଙ୍କ ଜୀବନର ପ୍ରତି ଦଶଂଧିରେ ଥରେ ବାପା ବନନ୍ତି। ୨୦, ୩୦, ୪୦ ଓ ଏବେ ୫୦ ଯୁକ୍ତ ବୟସରେ ଥିବା ସୈଫ୍‌ ୪ର୍ଥ ଥର ପାଇଁ ବାପା ବନି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe