ସାରା ତେନ୍ଦୁଲକର ନୁହନ୍ତି, ସାରା ଅଲୀ ଖାନଙ୍କ ସହ ସମୟ ବିତାଉଛନ୍ତି ଶୁଭମନ ଗିଲ୍

Advertisment
ସାରା ତେନ୍ଦୁଲକର ନୁହନ୍ତି, ସାରା ଅଲୀ ଖାନଙ୍କ ସହ ସମୟ ବିତାଉଛନ୍ତି ଶୁଭମନ ଗିଲ୍

thenewshamster

ମୁମ୍ବାଇ: ବର୍ଷ ବର୍ଷ ଧରି କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର ରହିଛି। ପ୍ରାୟତଃ ଦେଖାଯାଇଛି ଯେ କ୍ରିକେଟ୍ ଜଗତର ତାରକାମାନେ ବଲିଉଡ ଅଭିନେତ୍ରୀମାନଙ୍କ ସହ ବନ୍ଧୁତା କରନ୍ତି ଏବଂ ପରେ ସେମାନଙ୍କ ସମ୍ପର୍କ ବିବାହର ରୂପ ନିଏ। ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ କ୍ରିକେଟର ମନସୁର ଅଲି ଖାନ ପଟୌଦି ଏହାର ଏକ ବଡ଼ ଉଦାହରଣ ଥିବାବେଳେ କିଛି ମାସ ହେଲାଣି ତାଙ୍କ ନାତୁଣୀ ସାରା ଅଲି ଖାନଙ୍କ ନାମ କ୍ରିକେଟର ଶୁଭମନ ଗିଲଙ୍କ ସହ ଯୋଡାଯାଉଛି।

ତେବେ ଶଭମନଙ୍କ ନାଁ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଓ ଅଭିନେତ୍ରୀ ସାରା ଅଲୀ ଖାନଙ୍କ ସହ ଯୋଡା ଯାଉଥିବା ବେଳେ ଏବେ ଶୁଭମନ ଅଭିନେତ୍ରୀ ସାରାଙ୍କୁ ଡେଟ୍ କରୁଥିବା କୁହାଯାଉଛି। ଦୁହିଁଙ୍କ ଆଉ ଏକ ଫଟୋ ଭାଇରାଲ ହେବା ପରେ ପୁଣି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି।

publive-image aajtak

ଜଣେ ବ୍ୟବହାରକାରୀ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସାରା ଏବଂ ଶୁଭମନ ଗିଲ ଏକାଠି ବସିଥିବାର ନଜର ଆସିଛନ୍ତି। ଏହି ଫଟୋଟି ବିମାନବନ୍ଦର ବୋଲି କୁହାଯାଉଛି। ଫଟୋରେ ଆପଣ ସାରା ଏବଂ ଶୁଭମନ ଏକାଠି ବସିଥିବାର ଦେଖିପାରିବେ। ଫଟାରେ ଦୁହେଁ ପରସ୍ପର ସହ କଥା ହେଉଥିବା ଦେଖାଯାଇଛି। ସାରା ଅଲି ଖାନ ଏବଂ ଶୁଭମନଙ୍କ ଏହି ଫଟୋ ଭାଇରାଲ ହେବା ପରେ ପୁଣି ଥରେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe