ସମାନ ପୋଷାକ ପିନ୍ଧିଥିବା ଦେଖି ସାରା ଓ ରାକ୍ଷୀଙ୍କ ମଧ୍ୟରେ ଲାଗିଗଲା ଝଗଡ଼ା

Advertisment
ସମାନ ପୋଷାକ ପିନ୍ଧିଥିବା ଦେଖି ସାରା ଓ ରାକ୍ଷୀଙ୍କ ମଧ୍ୟରେ ଲାଗିଗଲା ଝଗଡ଼ା

ନୂଆଦିଲ୍ଲୀ: ଶୀର୍ଷକ ‘ସମାନ ପୋଷାକ ପିନ୍ଧିଥିବା ଦେଖି ସାରା ଓ ରାକ୍ଷୀଙ୍କ ମଧ୍ୟରେ ଲାଗିଗଲା ଝଗଡ଼ା’ ପଢ଼ି ଆପଣଙ୍କୁ ହସ ଯେତିକି ଲାଗୁଥିବ ଘଟଣା ଟି କ’ଣ ହୋଇଥିବ ତାହାକୁ ଜାଣିବାକୁ ନିଶ୍ଚୟ ଇଚ୍ଛା କରିଥିବେ। ତେବେ ଆସନ୍ତୁ ଜାଣିବ‌ା ଘଟଣା ଟି କ’ଣ?

ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ଭିକ୍କି କୌଶଳଙ୍କ ଅଭିନୀତ ସିନେମା ‘ଜରା ହଟକେ ଜରା ବଚକେ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ସିନେମା ପ୍ରମୋସନ ପାଇଁ ଦୁହେଁ ବହୁତ ବ୍ୟସ୍ତରେ ଅଛନ୍ତି। ସାରାଙ୍କ କଥା କହିବାକୁ ଗଲେ ଆଇଫା ଆୱାର୍ଡ ୨୦୨୩ ପାଇଁ ସେ ନିକଟରେ ଅବୁଧାବିରେ ପହଞ୍ଚିଥିଲେ। ଏଠାରେ ସାରା ତାଙ୍କ ଅପକମିଂ ସିନେମା ଜବରଦସ୍ତ ପ୍ରମୋସନ କରିଥିଲେ।

ଏହି କ୍ରମରେ ସାରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ସହ ନଜର ଆସୁଛନ୍ତି।

ଏଥିରେ ଦୁହେଁ ଲାଲ ରଙ୍ଗର ସମାନ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳୁଛି। ଭିଡିଓରେ ସାରା ୱାସରୁମରୁ ବ‌ାହାରକୁ ଆସୁଥିବା ବେଳେ ହଠାତ ସେ ରାକ୍ଷୀଙ୍କୁ ଭେଟୁଥିବା ନଜର ଆସୁଛି। ସମାନ ରଙ୍ଗର ପୋଷାକ ପିନ୍ଧିଥିବା ହେତୁ ସାରା ରାକ୍ଷୀଙ୍କ ସହିତ ଝଗଡ଼ା ଲଗାଇ ରାଗି ଯାଇ କହିଥିଲେ,‘ତୁମେ ମୋ ଭଳି ସମାନ ରଙ୍ଗର ପୋଷାକ କାହିଁକି ପିନ୍ଧିଲ। ତୁମକୁ ପାପ ଲାଗିବ।’

ଏହାପରେ ଦୁହେଁ ‘ଜରା ହଟକେ ଜରା ବଚକେ’ ଗୀତରେ ନୃତ୍ୟ କରି ପ୍ରମୋସନ କରୁଥିବା କୁହାଯାଉଛି। ତେବେ ଏଭଳି ସମାନ ରଙ୍ଗର ପୋଷାକ ଦୁହେଁ ଜାଣିଶୁଣି ପିନ୍ଧିଥିବା ବେଳେ ଝଗଡ଼ା ଲାଗିବା ବାସ୍ତବ ନୁହେଁ ଏହା ଏକ  ଅଭିନୟ ଥିଲା ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe