ସାରା ଖାନ୍‌ କରୋନା ପଜିଟିଭ୍‌

ସାରା ଖାନ୍‌ କରୋନା ପଜିଟିଭ୍‌

The Indian Express

ଟିଭି ଧାରାବାହିକ ‘ବିଦାଇ’ର ଚର୍ଚ୍ଚିତ ଚେହେରା ସାରା ଖାନ୍‌ କରୋନା‌ରେ ଆକ୍ରାନ୍ତ ହୋଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏନେଇ ସେ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆଜି ମୁଁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ମୁଁ ସୁସ୍ଥ ଅନୁଭବ କରୁଛି ଓ ଶୀଘ୍ର ଭଲ ହୋଇଯିବି ବୋଲି ଆଶା କରୁଛି। ଅଧିକାରୀ ଓ ଡାକ୍ତରମାନେ ମତେ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି। ସାରାଙ୍କ ପୋଷ୍ଟରେ ତାଙ୍କ ପ୍ରଶଂସକ ଓ ବହୁ ସେଲିବ୍ରିଟି ଶୀଘ୍ର ଆରୋଗ୍ୟ କାମନା କରିଥିବା ବେଳେ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରକାଶଯୋଗ୍ୟ, ୨୦୦୭ରେ ‘ସପ୍‌ନା ବାବୁଲ୍‌ କା.. ବିଦାଇ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବା ସହ ସାରା ‌ଟିଭି ଦୁନିଆରେ ପାଦ ଥାପିଥିଲେ। ଏହାପରେ ବିଗ୍‌ ବସ୍‌ ଭଳି ବିଭିନ୍ନ ରିଅଲିଟି ସୋ’ରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି। ସାରା ଏବେ ‘ସନ୍ତୋଷୀ ମା’ ସୁନାଏଁ ବ୍ରତ୍‌ କଥାଏଁ’ ଟିଭି ଧାରାବାହିକରେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe