ପାକ୍ ଅଭିନେତ୍ରୀଙ୍କ ସହ ଅଭିନୟ କରି ବିବାଦରେ ଦିଲଜିତ୍

Advertisment
t

ନୂଆଦିଲ୍ଲୀ: ପଞ୍ଜାବୀ ସୁପରଷ୍ଟାର ଦିଲଜିତ୍ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର୍-କମେଡି 'ସରଦାରଜୀ ୩'ର ଟ୍ରେଲର ରବିବାର ରିଲିଜ୍ ହୋଇଥିଲା। ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି। ଏହାକୁ ଦେଖିବା ପରେ ଲୋକେ ଏବେ ଦିଲଜିତ୍ ଦୋସାଞ୍ଜଙ୍କୁ ଟ୍ରୋଲ୍ କରୁଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, ଭାରତରେ ପାକିସ୍ତାନୀ କଳାକାରମାନଙ୍କୁ ବ୍ୟାନ୍ କରାଯାଇଛି। ଏପରିକି ପାକିସ୍ତାନୀ ଷ୍ଟାରମାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରାଯାଇଛି। ଏମଧ୍ୟରେ 'ସରଦାରଜୀ ୩'ର ଟ୍ରେଲରରେ ହାନିଆ ଆମିରଙ୍କୁ ଦେଖିବା ପରେ ଭାରତୀୟ ପ୍ରଶଂସକମାନେ କ୍ରୋଧିତ ହୋଇଛନ୍ତି। ଏହା ସହ ଏହି ଫିଲ୍ମକୁ ବଏକଟ କରିବାକୁ ଦାବି କରିଛନ୍ତି।

'ଦି ହ୍ବାଇଟ ହିଲ୍‌ ଷ୍ଟୁଡିଓ' ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛି ଯେ, "ଆମେ ଏହା ଘୋଷଣା କରି ଅତ୍ୟନ୍ତ ଖୁସି ଯେ, 'ସରଦାରଜୀ ୩' ଜୁନ୍ ୨୭ତାରିଖରେ ବିଦେଶରେ ମୁକ୍ତିଲାଭ କରିବ। ଭାରତରେ ଏହାର ମୁକ୍ତିଲାଭକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆମେ ଆପଣଙ୍କ ଭଲପାଇବା ଏବଂ ଧୈର୍ଯ୍ୟର ପ୍ରଶଂସା କରୁଛୁ, ଏବଂ ଆମେ ଖୁବ୍ ଶୀଘ୍ର ଭାରତୀୟ ମୁକ୍ତିଲାଭ ତାରିଖ ସେୟାର କରିବୁ। ଅପଡେଟ୍ ପାଇଁ ଆମ ସହିତ ରୁହନ୍ତୁ। "

ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଟ୍ରେଲର ସେୟାର କରି ଫିଲ୍ମଟି କେବଳ ବିଦେଶରେ ରିଲିଜ୍ ହେବ ବୋଲି କହିଛନ୍ତି ଦିଲ୍‌ଜିତ୍। ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ଏବେ ଲୋକେ ଦିଲ୍‌ଜିତଙ୍କୁ ଦେଶଦ୍ରୋହୀ ବୋଲି କହିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe