ବଜାରରେ ବିକ୍ରି ହେବ କଙ୍ଗନାଙ୍କ ପ୍ରିଣ୍ଟ୍‌ ଥିବା ଶାଢ଼ି; ସମର୍ଥନରେ ବାହାରିଲେ ବ୍ୟବସାୟୀ

Advertisment
ବଜାରରେ ବିକ୍ରି ହେବ କଙ୍ଗନାଙ୍କ ପ୍ରିଣ୍ଟ୍‌ ଥିବା ଶାଢ଼ି; ସମର୍ଥନରେ ବାହାରିଲେ ବ୍ୟବସାୟୀ

ମୁମ୍ବାଇ:  ଅଭିନେତ୍ରୀ କଙ୍ଗନା ରାଣାୱାତ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। କେତେବେଳେ କଙ୍ଗନା ଶିବସେନାଙ୍କ ଉପରେ ଆକ୍ଷେପ ଲଗାଉଥିବା ବେଳେ ଶିବସେନାର ମନ୍ତ୍ରୀ ଓ ନେତାବି କଙ୍ଗନାଙ୍କୁ ପାଲଟା ଜବାବ ଦେଉଛନ୍ତି। ଏପରିକି ବିଏମସି କଙ୍ଗନାଙ୍କ ଅଫିସକୁ ଭଙ୍ଗାରୁଜା କରିବା ପର୍ଯ୍ୟନ୍ତ ବି କଥା ଉଠିଗଲା। ଯାହାକୁ ନେଇ କଙ୍ଗନା  ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଲଢ଼ିବାକୁ ଆଗେଇ ଆସିଛନ୍ତି।

କଙ୍ଗନାଙ୍କୁ ଏପ୍ରସଙ୍ଗରେ କିଛି ବିଲିଉଡ ସେଲିବ୍ରିଟିଙ୍କ ଠାରୁ ସମର୍ଥନ ମିଳୁଥିବା ବେଳେ ‌ଦେଶର କୋଣଅନୁକୋଣରୁ ଅନେକ କଙ୍ଗନାଙ୍କ ସମର୍ଥନରେ ବାହାରି ଆସିଛନ୍ତି। ଏପରିକି ତାଙ୍କ ସମର୍ଥନରେ ଶାଢ଼ି ବ୍ୟବସାୟୀ ବି ଆଗେଇ ଆସିଛନ୍ତି। ସୁରଟର ଜଣେ ଶାଢ଼ି ବ୍ୟବସାୟୀ କଙ୍ଗନାଙ୍କୁ ସମର୍ଥନ କରିବାକୁ ଯାଇ ତାଙ୍କ ଫିଲ୍କ ମଣିକର୍ଣ୍ଣିକାର ପୋଷ୍ଟରକୁ ବ୍ୟବହାର କରିଛନ୍ତି। ଶାଢ଼ିର ଆଞ୍ଚଲରେ ଇଂରାଜି ଲେଖାଯାଇଛି ‘i support kangana ranaut।’

ବ୍ୟବସାୟୀ ପୁରୁଷୋତ୍ତମ ଝୁନଝୁନ୍ ଓ୍ବାଲା ଓରଫ୍ ଛୋଟୁ କହିଛନ୍ତି ପୂରା ଦେଶ ଦେଖୁଛି ଅଭିନେତ୍ରୀ କଙ୍ଗନା ରାଣାୱାତଙ୍କୁ କିପରି ହଇରାଣ କରାଯାଉଛି। ତାଙ୍କ କାମ ମହିଳାଙ୍କ ପାଇଁ ଶାଢ଼ି ତିଆରି କରିବା ଓ ବିକ୍ରି କରିବା। ଏଣୁ କଙ୍ଗନାଙ୍କୁ ସମର୍ଥନ କରିବା ଦରକାର ବୋଲି ସେ କହିଛନ୍ତି। ସେଥିପାଇଁ ତାଙ୍କୁ ସମର୍ଥନ କରିବାକୁ ଯାଇ ଶାଢ଼ିରେ ତାଙ୍କ ଫଟୋକୁ ଛପାଇଛନ୍ତି। ଗତକାଲି ଶାଢ଼ି ତିଆରି ଶେଷ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe