ସାରିକାଙ୍କ ସ୍ମୃତି

ସାରିକାଙ୍କ ସ୍ମୃତି

ବାପା ଓ ମା’ଙ୍କ ମଧ୍ୟରେ ବିଚ୍ଛେଦ ହେବା ପରେ ସାରିକା ଘର ଚଳିବା ପାଇଁ ଅଭିନୟକୁ ବୃତ୍ତି ଭାବେ ଆଦରିନେଲେ। ହମ୍‌ରାଜ, ଆଶୀର୍ବାଦ, ବେଟୀ, ଦେବୀ, ଖୁସ୍‌ବୁ, ରକ୍ଷାବନ୍ଧନ, ମଧୁମାଳତୀ, ଦେବତା, ଜାନି ଦୁଷ୍ମନ, କ୍ରାନ୍ତି, ଦୌଲତ, ମେହେରବାନି, ରେଜିଆ ସୁଲତାନ, ରାମ ତେରା ଦେଶ ଆଦି ଚଳଚ୍ଚିତ୍ର ମାଧ୍ୟମରେ ସେ ଦର୍ଶକଙ୍କୁ ବିମୋହିତ କରିଥିଲେ। ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ସେ ପରଦାରୁ ଉଭାନ୍‌ ହୋଇଗଲେ। ସେତେବେଳକୁ କମଲ୍‌ ହାସାନ୍‌ ବଲିଉଡ୍‌ରେ ନାମୀ କଳାକାର। ସାରିକା କମଲ୍‌ଙ୍କ ପ୍ରେମରେ ପଡ଼ିଲେ। ଦୁହେଁ ଲିଭିଙ୍ଗ୍ ଟୁଗେଦର ରିଲେସନ୍‌ରେ ରହିଲେ। କମଲ୍‌-ସାରିକା ବିବାହ କରିବା ବେଳକୁ ଦୁଇଟି ସନ୍ତାନର ଜନକ-ଜନନୀ ହେଇସାରିଥିଲେ। ବିବାହର ୧୭ ବର୍ଷ ପରେ ସାରିକା ଜାଣିଲେ ଯେ କମଲ୍‌ ଗୌତମୀ ଓ ଅନ୍ୟ ଝିଅଙ୍କ ସହ ସଂପର୍କରେ ରହୁଛନ୍ତି। ସାରିକା କମଲ୍‌ଙ୍କଠାରୁ ଦୂରେଇ ଆସିଲେ। ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେଲା।

ସାରିକା ସିନା ସିନେମାରୁ ସନ୍ନ୍ୟାସ ନେଲେ କିନ୍ତୁ ମନରେ ଥିଲା ଝିଅ ଶ୍ରୁତିକୁ ଦିନେ ବଲିଉଡ୍‌ରେ ପ୍ରତିଷ୍ଠିତ କରିବେ। ଆଜି ତାହା ହିଁ ହେଇଛି। ୨୦୧୦ରେ ଶ୍ରୁତିଙ୍କ ଅଭିନୀତ ‘ଲକ୍‌’ ଦର୍ଶକଙ୍କ ନଜରକୁ ଆସିଲା। ଏହାପରେ ଉନ୍ନାଇପୋଲ ଓରୁଭାନ୍, ଆନ୍ନାଗନଗା ଧିରୁଡୁ, ବାଲୁପୁ, ରେସ ଗୁରମ୍, ଅଗାଡୁ, ପୁଲି, ସିମାନ୍ଥୁଡୁ, ପରି କିଛି ତାମିଲ୍‌ ସିନେମାରେ ଅଭିନୟ କରି ସେ ତାମିଲ ସିନେମାର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେଇଛନ୍ତି। ଏହାବ୍ୟତୀତ ଗବ୍ବର ସିଂହ, ଡି-ଡେ ଆଦି ବଲିଉଡ୍ ମୁଭିରେ ସେ ମଧ୍ୟ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe