ସାରିକାଙ୍କ ଶ୍ରୁତି

ସାରିକାଙ୍କ ଶ୍ରୁତି

ଯେଉଁ ବୟସରେ ପିଲାମାନେ ବିଦ୍ୟାଳୟକୁ ଯିବା କଥା, ସେତେବେଳେ ସାରିକା ଠାକୁର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ଏପରିକି ତାଙ୍କ ବାପା ଓ ମା’ଙ୍କ ମଧ୍ୟରେ ବିଚ୍ଛେଦ ଘଟିଥିଲା। ସାରିକା ଘର ଚଳାଇବା ପାଇଁ ଅଭିନୟକୁ ଧୀରେଧୀରେ ବୃତ୍ତି ଭାବେ ଆଦରି ନେଲେ। ହମ୍‌ରାଜ, ବେଟୀ, ଦେବୀ, ଖୁସ୍‌ବୁ, ରକ୍ଷାବନ୍ଧନ, ମଧୁମାଳତୀ, ଦେବତା, ଜାନି ଦୁଷ୍ମନ, କ୍ରାନ୍ତି, ଦୌଲତ, ମେହେରବାନି, ରେଜିଆ ସୁଲତାନ, ରାମ ତେରା ଦେଶ ଆଦି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ୧୯୯୭ରୁ ସେ ପରଦାରୁ ଗାଏବ ହେଇଯାଇଥିଲେ। ସେ ଚିନ୍ତା କଲେ ଆଉ ସିନେମା ଇଣ୍ଡଷ୍ଟ୍ରିରେ ଅଧିକ ଦିନ ରହିବା ଉଚିତ ନୁହେଁ। ଅଭିନୟରୁ ଯେତିକି ଉପାର୍ଜନ ହୋଇଛି, ସେତିକି ତାଙ୍କ ପରିବାର ଚଳିବା ପାଇଁ ଯଥେଷ୍ଟ ଭାବିଲେ। ସେତେବେଳକୁ କମଲ୍‌ ହାସନ୍‌ ବଲିଉଡ୍‌ରେ ନାମୀ କଳାକାର ବନିଯାଇଥିଲେ। ସାରିକା କମଲ୍‌ଙ୍କ ପ୍ରେମରେ ପଡ଼ିଲେ। ଦୁହେଁ ଲିଭିଙ୍ଗ୍ ଟୁଗେଦର ରିଲେସନ୍‌ରେ ରହିଲେ। ଏପରିକି ୨୦୦୪ରେ କମଲ୍‌-ସାରିକା ବିବାହ କରିବା ବେଳକୁ ଦୁଇଟି ସନ୍ତାନର ଜନକ-ଜନନୀ ହେଇସାରିଥିଲେ।

ବିବାହର ସତର ବର୍ଷ ପରେ ସାରିକା ଜାଣିଲେ ଯେ କମଲ୍‌ ଗୌତମୀ ଏବଂ ଅନ୍ୟ କେତେକ ଝିଅଙ୍କ ସହ ରିଲେସନ୍‌ରେ ରହୁଛନ୍ତି। ସାରିକା କମଲ୍‌ଙ୍କଠାରୁ ଦୂରେଇ ଆସିଲେ ଏବଂ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହେଲା। ସାରିକା ସିନା ନିଜେ ସିନେମାରୁ ସନ୍ନ୍ୟାସ ନେଇଥିଲେ, କିନ୍ତୁ ମନରେ ଥିଲା ଝିଅ ଶ୍ରୁତିକୁ ଦିନେ ବଲିଉଡ୍‌ରେ ପ୍ରତିଷ୍ଠିତ କରିବେ। ଆଜି ତାହା ହିଁ ହୋଇଛି। ୨୦୧୦ରେ ଶ୍ରୁତିଙ୍କ ଅଭିନୀତ ‘ଲକ୍‌’ ଦର୍ଶକଙ୍କ ନଜରକୁ ଆସିଲା। ଏହାପରେ ଉନ୍ନାଇପୋଲ ଓରୁଭାନ୍, ଆନ୍ନାଗନଗା ଧିରୁଡୁ, ବାଲୁପୁ, ରେସ ଗୁରମ୍, ଅଗାଡୁ, ପୁଲି, ସିମାନ୍ଥୁଡୁ, ପରି କିଛି ତାମିଲ୍‌ ସିନେମାରେ ଅଭିନୟ କରି ସେ ତାମିଲ ସିନେମାର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହେଇଛନ୍ତି। ଏହାବ୍ୟତୀତ ଗବ୍ବର ସିଂହ, ଡି-ଡେ ଆଦି ବଲିଉଡ୍ ମୁଭିରେ ସେ ମଧ୍ୟ ଅଭିନୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe