India TV News
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଆଉ ଆମ ଗହଣରେ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇରେ ସରୋଜ ଖାନଙ୍କ ହୃଦ୍ଘାତରେ ମୃତ୍ୟୁ ହୋଇଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଜୁନ୍ ୨୦ରେ ବାନ୍ଦ୍ରା ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସରୋଜଙ୍କ ମୃତ୍ୟୁ ପରେ ଏକ ଖବର ଆସିଛି କି ଖାନଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ସ୍ୱର୍ଗତଃ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଥିଲା। ସରୋଜ ଖାନଙ୍କ ଏହି ଶେଷ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Bollywood Bubbleକୋରିଓଗ୍ରାଫର ସରୋଜ ଖାନ ଇନଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ଫଟୋ ସେୟାର କରି ଲେଖିଥିଲେ, ‘ମୁଁ ତୁମ ସହ କେବେ କାମ କରି ନ ଥିଲି, କିନ୍ତୁ ଆମେ ଅନେକ ଥର ଭେଟାଭେଟି ହୋଇଛୁ। ତୁମ ଜୀବନରେ କ’ଣ ଭୁଲ୍ ଥିଲା? ତୁମେ ତୁମ ଜୀବନରେ ଏପରି ଏକ କଠୋର ପଦକ୍ଷେପ ଉଠାଇଥିବା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ତୁମ ଜୀବନରେ ଯଦି କିଛି ଅସୁବିଧା ଥିଲା ତେବେ ସେହି ପ୍ରସଙ୍ଗରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ସହ କଥା ହୋଇପାରି ଥାଆନ୍ତ। ଯିଏ କି ତୁମକୁ ସାହାଯ୍ୟ କରିପାରି ଥାଆନ୍ତେ। ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ । ମୁଁ ଜାଣେ ନାହିଁ କି ଏହି ସମୟରେ ତୁମର ପିତା ଏବଂ ଭଉଣୀ କିପରି ଅଛନ୍ତି। ମୁଁ ତୁମର ସମସ୍ତ ଚଳଚ୍ଚିତ୍ରକୁ ଭଲ ପାଏ ଏବଂ ତୁମକୁ ସବୁବେଳେ ଭଲ ପାଉଥିବି। ରିପ୍ ସୁଶାନ୍ତ।
ସରୋଜ ଖାନ ୨୦୦ରୁ ଅଧିକ ଚଳଚ୍ଚିତ୍ର ପାଇଁ କୋରିଓଗ୍ରାଫି କରିଥିଲେ। ସରୋଜ ପ୍ରଥମେ ସହକାରୀ କୋରିଓଗ୍ରାଫର ଥିଲେ, କିନ୍ତୁ ସେ ୧୯୭୪ରେ ଚଳଚ୍ଚିତ୍ର ‘ଗୀତା ମେରା ନାମ’ରୁ କୋରିଓଗ୍ରାଫର ହୋଇଥିଲେ। ସେ ୧୯୮୬ ରୁ ୨୦୧୯ ପର୍ଯ୍ୟନ୍ତ ହଜାର ହଜାର ବଲିଉଡ ଚଳଚ୍ଚିତ୍ର ଗୀତରେ କୋରିଓଗ୍ରାଫ କରିଛନ୍ତି। ଏଥିମଧ୍ୟରୁ ‘ନିମ୍ବୁଡା-ନିମ୍ବୁଡା’, ‘ଏକ ଦୋ କିଶୋର’, ‘ଡୋଲା ରେ ଡୋଲା’, ‘କାଟେ ନାହି କାଟେ’, ‘ହାୱା-ହାୱାଇ’ ଭଳି ଅନେକ ସୁପରହିଟ୍ ଏବଂ ଆଇକନିକ୍ ଗୀତ ଅନ୍ତର୍ଭୁକ୍ତ ରହିଛି।
Follow Us