ନୂଆ ଚଳଚ୍ଚିତ୍ର ‘ଶେଷ ରାତି’ ସିନେମାଟି ଏକ ଓଡ଼ିଆ ମୌଳିକ କାହାଣୀ ଉପରେ ପର୍ଯ୍ୟବସିତ। ଏଥିରେ ଥିବା ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ହ୍ୟୁମାନ୍ ସାଗର, କୁଲଦୀପ, ଅସୀମା ପଣ୍ଡା ଏବଂ ଆଶୁତୋଷ। ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତିି ଅସାଦ ନିଜାମ। ଚଳଚ୍ଚିତ୍ର ‘ଶେଷ ରାତି’ରେ ଦେବାଶିଷ, ରିୟା, ଶୁଭାଙ୍ଗୀ, ଦେବୁ ବ୍ରହ୍ମା, ଉଷଶୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ, ବୀରେନ ମିଶ୍ର, ପିଣ୍ଟୁ ନନ୍ଦ, ଅଭିପ୍ସା, କୁଇନ୍, କେଡି, ଜୀବନ ବନ୍ଧୁ ମହାପାତ୍ର, ସୁଶ୍ରୀ ସଙ୍ଗୀତା ବେହେରା ପ୍ରମୁଖଙ୍କୁ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।
ହାଲ୍କା ପ୍ରେମକାହଣୀ ହେଲେ ବି ‘ଶେଷରାତି’ ଚଳଚ୍ଚିତ୍ରଟି ରହସ୍ୟ ଓ ରୋମାଞ୍ଚକ। ନିକଟରେ ଏଇ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି କହିଛନ୍ତି ଏହାର ମିଡିଆ ପ୍ଲାନର୍ ଅମରେଶ। ଏହାର ପ୍ରଯୋଜନା କରିଛନ୍ତି ପ୍ରୀତମ ସାହୁ। ଏଥିରେ ଚିତ୍ରନାଟ୍ୟ ସଂରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି ଅମରେଶ ପତି। ଅମରେଶ ପତି ଏହା ପୂର୍ବରୁ ‘ହେଲା ମୋତେ ପ୍ରେମ ଜ୍ବର’ ଓ ‘ବାଳ’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ନୂଆ ଚଳଚ୍ଚିତ୍ର ‘ଶେଷ ରାତି’ର କାହାଣୀ ପରିକଳ୍ପନା ସହ ସଂଳାପ ରଚନା କରିଛନ୍ତି ଶଶାଙ୍କ ନାୟକ।
Follow Us