ପ୍ରେମକୁ ପାଇବା ପାଇଁ ଧର୍ମ ପରିବର୍ତ୍ତନ କଲେ ଏହି ଟେଲି ଅଭିନେତ୍ରୀ, ଦୀପିକାରୁ ହେଲେ ଫଇଜା

Advertisment
ପ୍ରେମକୁ ପାଇବା ପାଇଁ ଧର୍ମ ପରିବର୍ତ୍ତନ କଲେ ଏହି ଟେଲି ଅଭିନେତ୍ରୀ, ଦୀପିକାରୁ ହେଲେ ଫଇଜା

ମୁମ୍ବାଇ: ସିରିୟଲ୍‌ ‘ଶଶୂରାଲ୍‌ ସିମର୍‌ କା’ ର ଅଭିନେତା ଶୋଇବ ଇବ୍ରାହିମ୍‌ ଏବଂ ଅଭିନେତ୍ରୀ ଦୀପିକା କକ୍କର୍‌ ଅଭିନୟ କରୁ କରୁ ବାସ୍ତବରେ କେତେବେଳେ ଦୁହେଁ ଦୁହିଁଙ୍କୁ ପ୍ରେମ କରି ବସିଲେ ତାହା କେହି ଜାଣନ୍ତିନି। ସିମର୍‌ ଆଉ ପ୍ରେମ୍‌ ଭୂମିକାରେ ନଜର ଆସିଥିବା ଏହି ଯୋଡ଼ି ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶୋଇବଙ୍କ ଗ୍ରାମ ହେଉଛି ଉତ୍ତରପ୍ରଦେଶର ମଉଦହା ହାମିର୍‌ପୁର୍‌। ଆଜି ଅପରାହ୍ନ ୧ରେ ସେମାଙ୍କର ନିକାହ ଥିଲା। ସେମାନଙ୍କ ମେହେନ୍ଦୀ ଓ ସଂଗୀତ ଉତ୍ସବର ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି।

publive-image

ରିପୋର୍ଟ ମୁତାବକ, ଟେଲି ଅଭିନେତ୍ରୀ ଦୀପିକା ନିଜ ପ୍ରେମିକ ଶୋଇବଙ୍କୁ ବିବାହ କରିବା ପାଇଁ ନିଜର ଧର୍ମାନ୍ତିିକରଣ କରାଇ ହିନ୍ଦୁରୁ ମୁସ୍‌ଲାମ ହୋଇଛନ୍ତି। ଏବେ ତାଙ୍କ ନାମ ପରିବର୍ତ୍ତିତ କରାଯାଇ ଫଇଜା ରଖାଯାଇଛି। ବିବାହ ନିମନ୍ତ୍ରଣ କାର୍ଡଟି ଗଣମାଧ୍ୟମ ହାତରେ ପଡ଼ିବା ପରେ ସତ ଏବେ ସାମ୍ନାକୁ ଆସିଛି। କାର୍ଡଟିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଶୋଇବ ଓଏଡ୍‌ଓ ଫଇଜା। ଶୋଇବ ଏବଂ ଦୀପିକା ‘ଡିଡିଏଲ୍‌ଜି’ ଢଙ୍ଗରେ ନିଜର ପ୍ରି େଓ୍ଵଡିଂ ଫଟୋସୁଟ୍‌ କରିଛନ୍ତି। ସେ ଦୁହେଁ ପୂରା ଗ୍ରାମାଞ୍ଚଳ ଢାଞ୍ଚାରେ ବିବାହ କରିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ‘ଶଶୂରାଲ୍‌ ସିମର୍‌’ର ଅଭିନେତ୍ରୀ ଦୀପିକା ଏବଂ ଫିଅନ୍ସି ଶୋଇବ ଇବ୍ରାହିମ୍‌ ପ୍ରଥମେ ‘ନାଚ୍‌ ବାଲିଏ’ ମଞ୍ଚରେ ନିଜ ପ୍ରେମ ଦର୍ଶକଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ। ସେମାନେ ପ୍ରଥମେ ପରସ୍ପରଙ୍କୁ ‘ଶଶୂରାଲ୍‌ ସିମର୍‌ କା’ ସିରିଏଲ୍‌ରେ ଦେଖିଥିଲେ ଏବଂ ପରବର୍ତ୍ତି ମୁହୂର୍ତ୍ତରେ ସେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe