ଭୁବନେଶ୍ୱର : ‘ସାଇ ଶ୍ରଦ୍ଧା ଷ୍ଟୁଡିଓ’ର ପ୍ରଥମ ଅବଦାନ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ସାଥୀ.... ତୁ ଫେରିଆ’ର ଶୁଭ ମହୁରତ ସ୍ଥାନୀୟ ହୋଟେଲ୍ ଏଚ୍ଏଚ୍ଆଇଠାରେ ଅନୁଷ୍ଠିତ ହୋଇଛି। ଇଣ୍ଡିଆନ୍ ଓଭର୍ସିଜ୍ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ଏସ୍ ଶଙ୍କର ରାଓ ‘ଶୁଭ ମହୁରତ୍’ର କ୍ଲାପ୍ ପ୍ରଦାନ କରିଥିବା ବେଳେ ପ୍ରଯୋଜକ ବିନି ସାମଲ ଓ ନିହାର ସାମଲ, ଜି-ସାର୍ଥକର ପ୍ରୋଗ୍ରାମିଙ୍ଗ୍ ହେଡ୍ ସୀମାନ୍ତ ଦାଶ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାକର ବସନ୍ତ, ଚନ୍ମୟ ପଟ୍ଟନାୟକ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମହେଶ୍ୱତା ରାୟ, ଜ୍ୟୋତି, ଅନୁଭା, ମଣ୍ଟୁ, ଅନିଷା, ପିଣ୍ଟୁ ନନ୍ଦ ପ୍ରମୁଖ ଅଛନ୍ତି। ଏଥିରେ ୬ଟି ଗୀତ ରହିଛି। ଚଳଚ୍ଚିତ୍ରଟି ଆସନ୍ତା ରଥଯାତ୍ରା ସମୟରେ ମୁକ୍ତିଲାଭ କରିବ ବୋଲି ମିଡିଆ ପ୍ଲାନର ପ୍ରଣୟ ଜେଠୀ କହିଛନ୍ତି।
‘ସାଥୀ.... ତୁ ଫେରିଆ’ର ଶୁଭ ମହୁରତ
Advertisment
Follow Us