ଜୀ ସାର୍ଥକରେ ‘ସତ୍ୟବାନର ସ୍ବର୍ଗଯାତ୍ରା’

Advertisment

କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ଅଜୟ ରଥଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ସତ୍ୟବାନର ସ୍ବର୍ଗଯାତ୍ରା’ ଆସନ୍ତାକାଲି (୨୫ ତାରିଖ) ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ନାୟକ ଭାବରେ ଶ୍ରୀଜିତ ଓ ନାୟିକା ଭାବରେ ଅନନ୍ୟା ନଜର ଆସିବେ।

କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ଅଜୟ ରଥଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ସତ୍ୟବାନର ସ୍ବର୍ଗଯାତ୍ରା’ ଆସନ୍ତାକାଲି (୨୫ ତାରିଖ) ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ନାୟକ ଭାବରେ ଶ୍ରୀଜିତ ଓ ନାୟିକା ଭାବରେ ଅନନ୍ୟା ନଜର ଆସିବେ।

Zee Sarthak

Zee Sarthak Photograph: (sambad.in)

କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଓ ଅଜୟ ରଥଙ୍କ ନିର୍ଦ୍ଦେଶିତ ଟେଲି ସିନେମା ‘ସତ୍ୟବାନର ସ୍ବର୍ଗଯାତ୍ରା’ ଆସନ୍ତାକାଲି (୨୫ ତାରିଖ) ଜୀ ସାର୍ଥକରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ନାୟକ ଭାବରେ ଶ୍ରୀଜିତ ଓ ନାୟିକା ଭାବରେ ଅନନ୍ୟା ନଜର ଆସିବେ। ପ୍ରିୟବ୍ରତ ପଣ୍ଡା ଓ ମାନସ ମଲ୍ଲିକ ଏହାର କାହାଣୀ ରଚନା କରିଥିବା ବେଳେ ପ୍ରଶାନ୍ତ ପାଢ଼ୀ ଏହାର ସଙ୍ଗୀତକାର। ଏହାର ସଂକ୍ଷିପ୍ତ କଥାବସ୍ତୁ ଏହିପରି। ସବିତା ଓ ସତ୍ୟବାନ ପାଞ୍ଚ ବର୍ଷ ଧରି ବିବାହିତ ହେଲେ ମଧ୍ୟ ଛୋଟ ଛୋଟ କଥା ପାଇଁ ଦୁହିଁଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗିରହେ। ଥରେ ସବିତା ଏକ ଟେଲିଭିଜନ ଚାନେଲର ରିଆଲିଟି ସୋ’ ‘ସାବିତ୍ରୀ ନମ୍ବର-୧’ ପ୍ରତିଯୋଗିତାରେ ଭାଗ ନିଏ ଓ ଜିତିବାରେ ସାହାଯ୍ୟ କରିବାକୁ ସତ୍ୟବାନକୁ ଅନୁରୋଧ କରେ।

ପ୍ରତିଯୋଗିତାର ଆବଶ୍ୟକ ଜିନିଷ କିଣିବା ପାଇଁ ଏକ ଲମ୍ବା ତାଲିକା ବି ଧରାଇଦିଏ। ଏପଟେ ସତ୍ୟବାନ ଏଇ ସବୁ କାମ କରିବା ଭିତରେ ହତାଶ ଅନୁଭବ କରେ ଏବଂ ସେ ଭାବେ ସାବିତ୍ରୀଙ୍କ ସତ୍ୟବାନ ପରି ବଞ୍ଚିବା ଅପେକ୍ଷା ମରିବାଯିବାଟା ଭଲ। ଠିକ୍ ସେହି ସମୟରେ ସେଇ ବାଟ ଦେଇ ଯାଉଥିବା ଯମଦୂତମାନେ, ସତ୍ୟବାନଙ୍କ ଆତ୍ମାକୁ ଯମପୁରୀକୁ ନେଇଯାଆନ୍ତି ଓ ପ୍ରକୃତ କାହାଣୀ ସେତେବେଳେ ଆରମ୍ଭ ହୁଏ। ସତ୍ୟବାନ କ’ଣ ଫେରିପାରେ ମର୍ତ୍ତ୍ୟକୁ? ସବିତା କ’ଣ ପ୍ରକୃତ ଜୀବନର ସାବିତ୍ରୀ ହୋଇପାରେ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଶେଷରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe