ସ୍ଥଗିତ ରହିଲା ‘ସତ୍ୟମେବ ଜୟତେ’

ସ୍ଥଗିତ ରହିଲା ‘ସତ୍ୟମେବ ଜୟତେ’

Newz World India

ଦେଶବାସୀ ଏବେ କୋଭିଡ୍-୧୯ ଭୂତାଣୁ ସଂକ୍ରମଣରେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। କରୋନା ମହାମାରୀର ଦ୍ବିତୀୟ ଲହର ଖୁବ୍ କ୍ଷୀପ୍ର ହୋଇଛି। ଏ ସମୟରେ ସୁଟିଂ ସମ୍ଭବ ନୁହେଁ କି ସମୀଚୀନ ନୁହେଁ। ଏଣୁ ‘ସତ୍ୟମେବ ଜୟତେ-୨’ ସିନେମାରେ ମୁଖ୍ୟ ଚରିତ୍ରରେ ଅବତୀର୍ଣ୍ଣ ହେଇଥିବା ଅଭିନେତା ଜନ୍ ଆବ୍ରାହମ୍ ଏଇ ଚଳଚ୍ଚିତ୍ରଟିକୁ ସ୍ଥଗିତ ରଖିବାକୁ ଉଭୟ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କୁ ପ୍ରସ୍ତାବ ଓ ପରାମର୍ଶ ଦେଇଛନ୍ତି।

ସିନେମାଟି ଆଗାମୀ ଇଦ୍ ଅବସରରେ ରିଲିଜ୍ କରିବାର ଟାର୍ଗେଟ୍ ଥିଲା। ଏହାପରେ ପ୍ରଯୋଜନା ସଂସ୍ଥା ଏକ ଅଫିସିଆଲ୍ ଡିକ୍ଲାରେସନ୍ ମାଧ୍ୟମରେ ସୂଚନା ଦେଇଛି ଯେ ଦେଶରେ ଚାଲିଥିବା କୋଭିଡ୍ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଆମେ ‘ସତ୍ୟମେବ ଜୟତେ-୨’ର ସୁଟିଂ ସ୍ଥିଗତ ରଖୁଛୁ। ଏହା ମଧ୍ୟ ପୂର୍ବ ନିର୍ଦ୍ଧାରିତ ତାରିଖରେ ମୁକ୍ତିଲାଭ କରିବନାହିଁ। କୋଭିଡ୍ ନିୟନ୍ତ୍ରଣକୁ ଆସିବା ପରେ ଏହାର ଅବଶିଷ୍ଟ ଦୃଶ୍ୟ ସୁଟିଂ ହେବ। ତେଣୁ ଏବେଠାରୁ ଏହାର ରିଲିଜ୍ ତାରିଖ କହିବା ସମ୍ଭବ ହେଉନାହିଁ। ଉକ୍ତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ମିଲାପ ଜାଭେରୀ। ଏଥିରେ ଅନ୍ୟତମ ଆକର୍ଷଣ ରହିଛନ୍ତି ଦିବ୍ୟା ଖୋସ୍‌ଲା। ଜନ୍ ଓ ଦିବ୍ୟାଙ୍କ ବ୍ୟତୀତ ଏଇ ମୁଭିରେ ଗୌତମୀ କପୁର, ଶାଦ ରାନ୍ଧୱା, ସାହିଲ୍ ବେଦ, ଅନୁପ ସୋନି ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe