Times of India
ମୁମ୍ବାଇ: ଆପଣ ଜାଣିଥିବେ ନିଶ୍ଚୟ ଯେ ଜୟା ବଚ୍ଚନଙ୍କୁ ବାଦ୍ ଦେବା ପରେ ପୂରା ବଚ୍ଚନ ପରିବାର କରୋନା ପଜିଟିଭ୍ ବାହାରିଛନ୍ତି। ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ବଚ୍ଚନ ନିଜ ଘରେ ସେଲ୍ଫ କ୍ବାରେଣ୍ଟାଇନ୍ରେ ରହିବେ ବୋଲି ସୂଚନା ରହିଛି। ଅମିତାଭ ଓ ଅଭିଷେକଙ୍କ ସ୍ବାସ୍ଥ୍ୟାବସ୍ଥା ବି ସ୍ଥିର ରହିଛି।
ବିଗ୍ ବି ଅମିତାଭ ଟ୍ବିଟର୍ରେ ସେ କରୋନା ପଜିଟିଭ୍ ବୋଲି ଜଣାଇବା ପରେ ତାଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଆପଣ ଦେଖିଥିବେ ନିଶ୍ଚୟ। ଭିଡିଓରେ ସେ ନାନାବତୀ ହସ୍ପିଟାଲ୍ର କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଉଥିବାର ଦେଖବାକୁ ମିଳିଥିଲା। ମାତ୍ର ନିକଟରେ ଜାଣିବାକୁ ମିଳିଛି ଯେ ଭିଡିଓଟି ଏବେକାର ନୁହେଁ। ବିଗ୍ ବିଙ୍କର ଏହି ଭିିଡ଼ିଓ ବହୁ ଦିନ ତଳର ପୁରୁଣା ଭିଡିଓ।
ଭିଡିଓରେ ସେ କହୁଛନ୍ତି, ‘ନମସ୍କାର, ମୁଁ ଅମିତାଭ ବଚ୍ଚନ। ମୁଁ ନାନାବତୀ ହସ୍ପିଟାଲ୍ର ସମସ୍ତ ଡାକ୍ତର ଓ ନର୍ସଙ୍କୁ ସେମାନଙ୍କ ସେବା ପାଇଁ ଧନ୍ୟବାଦ ଜଣାଇବାକୁ ଚାହୁଛି। ଆପଣମାନେ ସମସ୍ତେ ଜଣେ ଜଣେ ଜୀବନ ରକ୍ଷାକାରୀ। ମୁଁ ଆପଣମାନଙ୍କ ଉଦେଶ୍ୟରେ ମୋ ହାତ ଯୋଡ଼ି ମୋର ସମ୍ମାନ ଜଣାଉଛି।’
୨ ଦିନ ହେବ ସୋସିଆଲ୍ ମିଡିଆରେ ଭିଡିଓଟିି ଘୂରି ବୁଲୁଥିବା ହେତୁ ଲୋକେ ଭାବିଥିଲେ ଯେ କରୋନା ଚିକିତ୍ସିତ ହେବା ପରେ ବିଗ୍ ବି ଏହି ଭିଡିଓ ସୁଟ୍ କରିଛନ୍ତି। ମାତ୍ର ବାସ୍ତବ କଥା ହେଉଛି, ଭିଡିଓଟି ଚଳିତବର୍ଷ ଏପ୍ରିଲ୍ ମାସର।
Follow Us