‘ବାହୁବଳୀ’ ମେଗାଷ୍ଟାର୍ ପ୍ରଭାସ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଜଣେ ଲଭର୍ ବୟ ଭୂମିକାରେ ଅଭିନୟ କରିବେ। ଚଳଚ୍ଚିତ୍ର ନିର୍ମାତା ଭୂଷଣ କୁମାର ଆଜି ଏହାର ପ୍ରି-ଟିଜର୍ ରିଲିଜ୍ କରାଇବା ପରେ ଏହି ଘଟଣା ପଦାକୁ ଆସିଛି। ଭିଡିଓରେ ପ୍ରଭାସଙ୍କ ପୂର୍ବ ଚଳଚ୍ଚିତ୍ର ବାହୁବଳୀର ଜଣେ ଯୋଦ୍ଧା, ସାହୋରେ ଜଣେ ଆକ୍ସନ ହିରୋରୁ କିପରି ରୋମାଣ୍ଟିକ୍ ବୟକୁ ପରିବର୍ତ୍ତନ ହେଇଛନ୍ତି, ତାହା ଦେଖାଯାଉଛି। ସେହିଭଳି ଭିଡିଓର କ୍ୟାପ୍ସନରେ ପ୍ରଭାସ-ପୂଜା ହେଗ୍ଡେଙ୍କ ଦ୍ବାରା ଅଭିନୀତ ଏହି ଚଳଚ୍ଚିତ୍ର ଫେବ୍ରୁଆରି ୧୪ ଅର୍ଥାତ୍ ଭାଲେଣ୍ଟାଇନ୍ସ ଡେ’ରେ ଧମାଲ୍ କରିବ ବୋଲି ଲେଖାଯାଇଛି। ତେବେ ଚଳଚ୍ଚିତ୍ରକୁ ନେଇ ପ୍ରଭାସଙ୍କ ଦର୍ଶକମାନେ ଉତ୍ସାହିତ ଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି।
ଲଭର୍ ବୟ ଭୂମିକାରେ ପ୍ରଭାସ
Advertisment
Follow Us