photo-amarujala
ମୁମ୍ବାଇ: ଗତ ବର୍ଷ ଦୀପାବଳିରେ ରିଲିଜ୍ ହୋଇଥିବା ‘ସିକ୍ରେଟ୍ ସୁପର୍ଷ୍ଟାର୍’ ଫିଲ୍ମକୁ ଭାରତୀୟ ଦର୍ଶକ ଭରପୁର୍ ମାତ୍ରାରେ ପ୍ରଶଂସା କରିଥିବାବେଳେ,ଏବେ ଚୀନରେ ମିଳିଛି ଏହାକୁ ଜବରଦସ୍ତ ସଫଳତା।‘ସିକ୍ରେଟ୍ ସୁପର୍ଷ୍ଟାର୍’ ଚୀନରେ ରିଲିଜ୍ ହେବାର ମାତ୍ର ସପ୍ତାହକ ଭିତରେ ୩୦୦ କୋଟି ଛୁଇଁବାକୁ ଯାଉଛି। ଆଗରୁ ଦଙ୍ଗଲକୁ ଏଭଳି ସପଳତା ବି ମିଳି ଥିଲା। ମାତ୍ର ୧୫ କୋଟି ବ୍ୟୟରେ ନିର୍ମିତ ‘ସିକ୍ରେଟ୍ ସୁପର୍ଷ୍ଟାର୍’ର ସଫଳତା ଅନେକଙ୍କୁ ବିସ୍ମିତ କରିଛି।
photo-youtube‘ସିକ୍ରେଟ୍ ସୁପର୍ଷ୍ଟାର୍’ ଏକ ସାଧାରଣ ସହରରେ ବାସ କରୁଥିବା ମାମୁଲି ଝିଅର କାହାଣୀ ଯାହା ଦର୍ଶକଙ୍କ ମହଲରେ ଖୁବ୍ ଆଦୃତ ଲାଭ କରିଥିଲା । ତେବେ ଚୀନର ସମୀକ୍ଷକମାନେ ଗୋଟେ ସାଧାରଣ ମୁମ୍ବଇୟା ମସାଲା ସିନେମାଠାରୁ ଏହି ଫିଲ୍ମଟି ସଂପୂର୍ଣ୍ଣ ରୂପରେ ଅଲଗା ବୋଲି ଅଭିମତ ଦେବା ସହିତ ନିଃସନ୍ଦେହରେ ଏହା ସବୁଠୁ ଭଲ ଫିଲ୍ମ ବୋଲି ପ୍ରଶଂସା କରିଛନ୍ତି। ଏହା ଗତ ୨୦ ତାରିଖରେ ରିଲିଜ୍ ହୋଇଛି ଚୀନରେ। ଅମୀର ଖରାନ୍ ଏବଂ କିରଣ ରାଓଙ୍କ ପ୍ରଯୋଜିତ‘ସିକ୍ରେଟ୍ ସୁପର୍ଷ୍ଟାର୍’ରେ ଜାଇରା ବସିମ୍ ମୁଖ୍ୟ ଭୂମିକାରେ ଅଛନ୍ତି।
Follow Us