ପୁଣି ସଲ୍‌ମାନଙ୍କୁ ମିଳିଲା ସଦ୍ୟତମ ହତ୍ୟା ଧମକ

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତରଫରୁ ଏକ ନୂଆ ଧମକ ମିଳିଛି। ଧମକରେ କୁହାଯାଇଛି ଯେ କୃଷ୍ଣସାର ମୃଗ ହତ୍ୟା କରିଥିବାରୁ ଅଭିନେତା ଏକ ମନ୍ଦିରକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍‌ ୫ କୋଟି ଟଙ୍କା ଦିଅନ୍ତୁ। 

/www.indiatoday.in

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତରଫରୁ ଏକ ନୂଆ ଧମକ ମିଳିଛି। ଧମକରେ କୁହାଯାଇଛି ଯେ କୃଷ୍ଣସାର ମୃଗ ହତ୍ୟା କରିଥିବାରୁ ଅଭିନେତା ଏକ ମନ୍ଦିରକୁ ଯାଇ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍‌ ୫ କୋଟି ଟଙ୍କା ଦିଅନ୍ତୁ। 

ମୁମ୍ବାଇ ପୁଲିସର ଟ୍ରାଫିକ କଣ୍ଟ୍ରୋଲ ୟୁନିଟ କହିଛି ଯେ ସେମାନେ ସୋମବାର ଦିନ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇର ଭାଇ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତିଠାରୁ ଏକ ବାର୍ତ୍ତା ପାଇଛନ୍ତି, ଯଦି ସଲମାନ ଖାନ ତାଙ୍କ କହିବାନୁସାରେ କାମ ନକରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଛି।

“ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି, ତେବେ ସେ ଆମ ମନ୍ଦିରକୁ ଯାଇ କ୍ଷମା ମାଗନ୍ତୁ କିମ୍ବା ୫ କୋଟି ଟଙ୍କା ଦିଅନ୍ତୁ। ଯଦି ସେ ତାହା ନ କରନ୍ତି, ଆମେ ତାଙ୍କୁ ହତ୍ୟା କରିବୁ। ଆମର ଗ୍ୟାଙ୍ଗ ଏପର୍ଯ୍ୟନ୍ତ ସକ୍ରିୟ ଅଛି’’ ବୋଲି ସେ ବାର୍ତ୍ତା ପଠାଇଛି।

ପୁଲିସ କହିଛି ଯେ ଅଧିକ ଅନୁସନ୍ଧାନ ଚାଲିଛି ଏବଂ ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକଙ୍କ ହତ୍ୟା ପରେ ଅଭିନେତାଙ୍କ ସୁରକ୍ଷା ଆହୁରି ବୃଦ୍ଧି କରାଯାଇଛି।

ଅକ୍ଟୋବର ୩୦ ତାରିଖରେ ଖାନଙ୍କୁ ଜଣେ ଅଜଣା ବ୍ୟକ୍ତିଠାରୁ ସମାନ ଧମକ ମିଳିଥିଲା, ଯିଏ ତାଙ୍କଠାରୁ ୨ କୋଟି ଟଙ୍କା  ମାଗିଥିଲା। ଅକ୍ଟୋବର ୨୮ ତାରିଖ‌ରେ ସଲମାନ ଖାନ ଏବଂ ଏନସିପି ବିଧାୟକ ତଥା ବାବା ସିଦ୍ଦିକଙ୍କ ପୁଅ ଜିଶାନ ସିଦ୍ଦିକଙ୍କ ମିଳିଥିବା ଧମକକୁ ନେଇ ନୋଏଡାର ଜଣେ ୨୦ ବର୍ଷର ଯୁବକଙ୍କୁ ଗିରଫ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe