ସର୍ଜନଶୀଳତାକୁ ହତ୍ୟା କରୁଛି ବଲିଉଡ, ଶୀଘ୍ର 'ବାଏ ବାଏ' କହିବାକୁ ହେବ: ଅଭିନେତ୍ରୀ ସୀମା ପାହ୍ବା

ବଲିଉଡର ବରିଷ୍ଠ ଅଭିନେତ୍ରୀ ସୀମା ପାହୱା ୫ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଏବେ ବର୍ଷ ରହିବା ପରେ ଏବେ ସେ ଇଣ୍ଡଷ୍ଟ୍ରିର ଅବସ୍ଥା ଖରାପ ହେବାରେ ଲାଗିଥିବା କହିଛନ୍ତି।

tagth

ନୂଆଦିଲ୍ଲୀ: ବଲିଉଡର ବରିଷ୍ଠ ଅଭିନେତ୍ରୀ ସୀମା ପାହୱା ୫ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ଏବେ ବର୍ଷ ରହିବା ପରେ ଏବେ ସେ ଇଣ୍ଡଷ୍ଟ୍ରିର ଅବସ୍ଥା ଖରାପ ହେବାରେ ଲାଗିଥିବା କହିଛନ୍ତି। ସର୍ଜନଶୀଳତାକୁ ବଲିଉଡ ହତ୍ୟା କରୁଛି ବୋଲି ସେ କହିଛନ୍ତି।

ଏକ ସାକ୍ଷାତକାର‌ରେ ସେ କହିଛନ୍ତି, "ମୁଁ ଭାବୁଛି ମୋତେ ଖୁବ୍ ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିକୁ 'ବାଏ ବାଏ' କରିବାକୁ ପଡିବ। ଶିଳ୍ପର ଅବସ୍ଥା ବହୁତ ଖରାପ ହୋଇଗଲାଣି। କିଛି ଲୋକ ଇଣ୍ଡଷ୍ଟ୍ରିର ସର୍ଜନଶୀଳ ଲୋକଙ୍କୁ ହତ୍ୟା କରିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ବ୍ୟବସାୟୀଙ୍କ ହାତକୁ ଆସିଯାଇଛି। ସେ ତାଙ୍କର ବ୍ୟବସାୟିକ ଲାଭ ଦେଖି ଇଣ୍ଡଷ୍ଟ୍ରିକୁ ଜୀବିତ ରଖିବାକୁ ଚାହାଁନ୍ତି। ମୁଁ ଭାବୁନାହିଁ ଯେ ଆମେ ଯେଉଁମାନେ ବର୍ଷ ବର୍ଷ ଧରି ଏହି ଇଣ୍ଡଷ୍ଟ୍ରିର କାମ କରିଛୁ, ସେମାନେ ଆଉ ଆଗକୁ ତିଷ୍ଠି ପାରିବୁ। ମୁଁ ବୁଝିପାରୁଛି ଯେ ସେମାନେ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ଏବଂ ହୁଏତ ସେମାନଙ୍କୁ ଆମ ପରି ଲୋକଙ୍କର ଆବଶ୍ୟକତା ନାହିଁ। ସେମାନେ ଆମକୁ ବୃଦ୍ଧ ବୋଲି କହୁଛନ୍ତି ଏବଂ ଆମର ଚିନ୍ତାଧାରା ବହୁତ ପୁରୁଣା ହୋଇଗଲାଣି ବୋଲି କହୁଛନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe