ସଲମାନ ଦେଲେ ବଲିଉଡରେ ଡେବ୍ୟୁ କରିବାର ସୁଯୋଗ, ଏହି ତାରକାଙ୍କ ବିପକ୍ଷରେ ନଜର ଆସିବେ

Advertisment
ସଲମାନ ଦେଲେ ବଲିଉଡରେ ଡେବ୍ୟୁ କରିବାର ସୁଯୋଗ, ଏହି ତାରକାଙ୍କ ବିପକ୍ଷରେ ନଜର ଆସିବେ

DNA India

ନୂଆଦିଲ୍ଲୀ: ଖୋଲିଲା ବିଗ୍ ବସ-୧୩ର ପ୍ରତିଯୋଗୀ ଶେହନାଜ ଗିଲଙ୍କ ଭାଗ୍ୟ। ବିଗ୍ ବସ୍ ୧୩ରୁ ଲୋକପ୍ରିୟ ହୋଇଥିବା ଶେହନାଜ ଅନେକ ମ୍ୟୁଜିକ ଭିଡିଓରେ ନଜର ଆସି ସାରିଥିବା ବେଳେ ଏବେ ବଲିଉଡରେ ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି। ବଲିଉଡର ଦବଙ୍ଗ ଖାନ ସଲମାନ ତାଙ୍କୁ ଏନେଇ ସାହାଯ୍ୟ କରିଥିବା ସାମ୍ନାକୁ ଆସୁଛି।  ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଶେହନାଜ ଗିଲ ସଲମାନ ଖାନଙ୍କ ସହ ସ୍କ୍ରିନ ସେୟାର କରିବେ।

ଫିଲ୍ମ 'କଭି ଇଦ୍ କଭି ଦିୱାଲି'ରେ ତାଙ୍କୁ ଅଭିନେତା ତଥା ସଲମାନଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ସଲମାନ ଖାନ୍ ଓ ଅଭିନେତ୍ରୀ ପୂଜା ହେଗଡେ।

ନିକଟରେ ଦିଲଜିତ ଦୋସାଞ୍ଜଙ୍କ ବିପକ୍ଷରେ ଫିଲ୍ମ 'ହୋନ୍ସଲା ରଖ'ରେ ଶେହନାଜ ଗିଲଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମରେ ତାଙ୍କର ଚରିତ୍ର ଏବଂ ଅଭିନୟକୁ ପ୍ରଶଂସକମାନେ ଖୁବ ପ୍ରଶଂସା କରିଥିଲେ। ଯଦି ଏହି ଖବର ସତ ହୁଏ ତେବେ 'କଭି ଇଦ୍ କଭି ଦିୱାଲି' ଜରିଆରେ ଶେହନାଜ ବଲିଉଡରେ ଡେବ୍ୟୁ କରିବେ। 'କଭି ଇଦ୍ କଭି ଦିୱାଲି' ୨୦୨୩ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ବିଗ୍ ବସ୍ ୧୩ରେ ନିଜ ଚୁଲବୁଲି ଅନ୍ଦାଜ ଓ ଖୋଲା ମନ ପାଇଁ ଶେହନାଜ ଦର୍ଶକଙ୍କ ପ୍ରିୟ ହୋଇପାରିଥିଲେ। ସହ ପ୍ରତିଯୋଗୀ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ତାଙ୍କ ସଂପର୍କ ଥିଲା ସବୁଠୁ ନିଆରା। ସୋ’ ସରିବା ପରେ ବି ଦୁହିଁଙ୍କ ସଂପର୍କ ପୂର୍ବ ଭଳି ରହିଥିଲା। ଏମିତି କି ଦୁହେଁ ବିବାହ କରିବେ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ହେଲେ ଅଧାବାଟରେ ଶେହନାଜଙ୍କ ହାତ ଛାଡ଼ି ଚାଲିଗଲେ ସିଦ୍ଧାର୍ଥ। ହୃଦଘାତ ହେତୁ ସେ‌ପ୍ଟେମ୍ବର ୨, ୨୦୨୧ରେ ତାଙ୍କର ମୃତ୍ୟୁ ଘଟିଥିଲା। ସେବେଠୁ ସିଦ୍ଧାର୍ଥଙ୍କ ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଛନ୍ତି ଶେହନାଜ। ସିଦ୍ଧାର୍ଥ ତାଙ୍କୁ ସଫଳ ଅଭିନେତ୍ରୀ ହେବାରେ ଦେଖିବାକୁ ଚାହୁଁଥିବାରୁ ଏବେ ଶୋହନାଜ ସେ ଦିଗରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe