ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ ‘ସେଲ୍‌ଫିସ୍‌ ଦିଲ୍‌’

ଜୁଲାଇ ୪ରେ ଆସିବ ବସନ୍ତ ସାହୁଙ୍କ ‘ସେଲ୍‌ଫିସ୍‌ ଦିଲ୍‌’

ଭୁବନେଶ୍ବର: ଆଗାମୀ ରଥରେ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ବସନ୍ତ ସାହୁଙ୍କ ‘ସେଲ୍‌ଫିସ୍‌ ଦିଲ୍‌’ ରିଲିଜ୍ ହେବ ବୋଲି ଜଣାଯାଇଛି। ହେଲେ ଆଗରୁ ଏହା ଜୁନ୍ ୧୩ରେ ପରଦାକୁ ଆସିବାର ଥିଲା । ଏଥିରେ ପ୍ରଥମ ଥର ପାଇଁ ଜଣେ ନବାଗତ ନାୟକଙ୍କୁ ଲଞ୍ଚ୍‌ କରିଛନ୍ତି। ସେ ଯେଉଁ ନୂଆ ନାୟକଙ୍କୁ ଲଞ୍ଚ୍‌ କରୁଛନ୍ତି ତାଙ୍କ ନାଆଁ ହେଲା ଶ୍ରେୟାନ୍‌। ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ଯେଉଁ ସିନେମା ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଉଛନ୍ତି ଶ୍ରେୟାନ୍‌,ତାର ଟାଇଟଲ୍‌ ହେଲା ‘ସେଲ୍‌ଫିସ୍‌ ଦିଲ୍‌’।ଏହି ଫିଲ୍ମରେ ଶ୍ରେୟାନଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ସୂରମୟୀ। ସୂରମୟୀଙ୍କୁ ପୂର୍ବରୁ ଦର୍ଶକ ‘ଭଲପାଏ ତତେ ୧୦୦ ରୁ ୧୦୦’,‘ଆଖି ଖୋଲିଲେ ତୁ ହି ତୁ’,ଓ ‘ଶକ୍ତି’ ଆଦି ସିନେମାରେ ପାଇଛନ୍ତି।

publive-image

ଏଥିରେ ବିଜୟ ମହାନ୍ତି, କେ କେ, ସଲିଲ ମିତ୍ର ଏବଂ ଗୁଡୁ ବି ଅଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ ପଲାଇ। ସୌମିତ୍ରୀ ଆଗରୁ ‘ପ୍ରେମର ନିଶା ନିଆରା ନିଆରା’,ଟାଇଟଲ୍‌ରେ ନିର୍ମିତ ଏକ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ସେଲ୍‌ଫିସ୍‌ ଦିଲ୍‌’ଏକ ରୋମାଣ୍ଟିକ୍‌ ସିନେମା।ଏହାର ଗୀତିକାର ହେଲେ ଡ଼ ନିର୍ମଳ ନାୟକ। ‘ସେଲ୍‌ଫିସ୍‌ ଦିଲ୍‌’ ଦର୍ଶକଙ୍କୁ ଆକୃଷ୍ଟ କହୁଛି କି ନା ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe