ଶିଶୁ କଳାକାରରୁ ନେଇ ମୁଖ୍ୟ ଅଭିନେତ୍ରୀ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍‌ ପ୍ରେରଣାଦାୟକ। ‘ସିନ୍ଦୂରର ଅଧିକାର’, ‘ବଡ଼ବୋହୂ’ ପରି ଲୋକପ୍ରିୟ ଧାରାବାହିକରେ ମୁଖ୍ୟ ଚରିତ୍ର ନିଭାଇ ସେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି। ସିନେମା, ଟେଲି-ସିନେମା, ଧାରାବାହିକ ଓ ମ୍ୟୁଜିକ୍‌ ଭିଡିଓ ଆଦି ମନୋରଞ୍ଜନର ସମସ୍ତ ବିଭାଗରେ କାର୍ଯ୍ୟ କରି ସାରିଥିବା ଅଭିନେତ୍ରୀ ସିମ୍‌ରନ୍‌ ଶର୍ମିଷ୍ଠା ଦାଶଙ୍କ ସହ ଅଳ୍ପ-ଆଳାପ।

Advertisment

ବନ୍ଦନା ମିଶ୍ର୍ର

ଆପଣ ପିଲାଟିଦିନରୁ ଅଭିନୟ କରୁଛନ୍ତି। ଅନେକ ସହ-କଳାକାରଙ୍କ ସହ କାମ କରି ସାରିଲେଣି। କାହା ସହ କାମ କରିବାକୁ ସବୁଠାରୁ ବେଶି ଭଲ ଲାଗିଛି?
ମୋ ପ୍ରଥମ ଧାରାବାହିକରେ ମୋର ନାୟକ ସାଜିଥିଲେ ସନୋଜ କୁମାର ବେହେରା। ତାଙ୍କ ସହିତ ଯେହେତୁ ମୁଁ ସବୁଠୁ ଅଧିକ କାମ କରିଛି ତ ତାଙ୍କ ସହ କାମ କରିବାକୁ ମୋତେ ଭଲ ଲାଗେ।

Weekly Horoscope 2026 Feb 15 To Feb 21: ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଅଭିନୟ ବ୍ୟତୀତ ଆଉ କେଉଁଥିରେ ରୁଚି ରହିଛି?
ଯଦିଓ ମୁଁ ବୃତ୍ତିଗତ କଣ୍ଠଶିଳ୍ପୀ ନୁହେଁ; ତଥାପି ‌ମୋତେ ଗୀତ ଗାଇବାକୁ ଭଲ ଲାଗେ। ମୁଁ ଜ‌ଣେ ସଂଗୀତପ୍ରେମୀ। ଏହାଛଡ଼ା, ନୃତ୍ୟ ବି ମୋର ପ୍ରିୟ।

କେଉଁ ଧରଣର ସଂଗୀତ ଶୁଣିବାକୁ ପସନ୍ଦ କରନ୍ତି?
ମୋ ପସନ୍ଦ ସ୍ଥାୟୀ ନୁହେଁ। ପରିସ୍ଥିତି ଓ ପରିବେଶ ନେଇ ପସନ୍ଦ ବଦଳେ। ରାଗରେ ଥିବା ବେଳେ ଏନର୍ଜେଟିକ୍‌ ସଙ୍ଗ୍‌ ଶୁଣିବାକୁ ଭଲ ଲାଗେ। ମନ ଶାନ୍ତ ଥିଲେ ରୋମାଣ୍ଟିକ୍‌ ଗୀତ ଶୁଣେ।

ଗତକାଲି ଯୁବପଢ଼ି ନିଜ ପ୍ରେମୀମାନଙ୍କ ସହ ଭାଲେଣ୍ଟାଇନ୍ସ ଡେ ମନାଇଛନ୍ତି। ଆପଣ କାହା ସହ ମନାଇଲେ?
ମୋ ଭାଲେଣ୍ଟାଇନ୍‌ ହେଲେ ମୋ ମାମା। ସେ ସବୁବେଳେ ମୋ ସାଥିରେ ଥାଆନ୍ତି। ସୁଟିଂ ସେଟ୍‌ରେ ବି ସେ ଉପସ୍ଥିତ ଥାଆନ୍ତି। ମୋର ସବୁ ଭାଲେଣ୍ଟାଇନ୍ସ ଡେ ତାଙ୍କ ସହ ବିତେ।

PMGSY: ଅବଧି ସରିଲା, ଅଧାରେ ଅଟକିଲା ପିଚୁ ରାସ୍ତା କାମ

କେମିତି ଜୀବନସାଥୀଟିଏ ପାଇବାର ଇଚ୍ଛା ରଖିଛନ୍ତି?
ମୋତେ ଖାଲି ଭଲପାଉଥିବା ପୁଅଟିଏ ଦରକାର। ବାସ୍‌, ମୁଁ ମୋ ଜୀବନସାଥୀ ଭିତରେ ଏତିକି ଚାହେଁ।

ଖାଲି ଭଲପାଇବା ହେଲେ ହେଇଯିବ, ଟଙ୍କା ନଥିଲେ ବି ଚଳିବ?
ଟଙ୍କା ତ ମୁଁ ‌ନିଜେ ରୋଜଗାର କରୁଛି। ସେଥିପାଇଁ ଟଙ୍କା ଲୋଭ ମୋର ନାହିଁ। ହେଲେ ଭଲପାଇବା ପାଇବା ପାଇଁ ଅନ୍ୟ ଜଣଙ୍କର ଆବଶ୍ୟକତା ପଡ଼େ। ଭଲପାଇପାରୁଥିବା ସାଥୀଟେ ମିଳିଲେ ମୁଁ ଟଙ୍କା କଥା ଚିନ୍ତା କରିବିନି।

ଆଜି ପବିତ୍ର ମହାଶିବରାତ୍ରି। ଆପଣ ଶିବଙ୍କୁ କେତେ ବିଶ୍ବାସ କରନ୍ତି?
ଶିବ ତ ସକଳ ଶକ୍ତିର ଆଧାର। ତାଙ୍କୁ ବିଶ୍ବାସ ନକରିବାର ପ୍ରଶ୍ନ ହିଁ ଉଠୁନାହିଁ। ତେବେ ମୋ ପାଇଁ ମୋ ମାମାବାବା ହେଉଛନ୍ତି ଶିବପାର୍ବତୀ। ମୁଁ ଈଶ୍ବରଙ୍କ ଅପେକ୍ଷା ସେ ଦୁହିଁଙ୍କୁ ବେଶି ମ‌ାନେ।