ସାତ୍ ସୱାଲ୍: ଦିଲୀପଙ୍କ ବାୟୋପିକ୍‌ରେ ମୁଁ ଅଭିନୟ କରିବାକୁ ଆଗ୍ରହୀ

Advertisment

ଅନେକ ଧାରାବାହିକରେ ମୁଖ୍ୟ ନାୟକ ସାଜି ଦର୍ଶକଙ୍କ ପ୍ରିୟ ହୋଇସାରିବା ପରେ ଏବେ ସିନେମାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି ଅଭିନେତା ରିଷି। ସିରିୟଲ୍‌ରେ ଦର୍ଶକ ତାଙ୍କୁ ଅସୁମାରି ଭଲପାଇବା ଦେଇ ସାରିଥିବା ବେଳେ ସିନେମାରେ ବି ଆଗକୁ ସେପରି ମିଳିବ ବୋଲି ସେ ଆଶାବାଦୀ।

ଅନେକ ଧାରାବାହିକରେ ମୁଖ୍ୟ ନାୟକ ସାଜି ଦର୍ଶକଙ୍କ ପ୍ରିୟ ହୋଇସାରିବା ପରେ ଏବେ ସିନେମାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି ଅଭିନେତା ରିଷି। ସିରିୟଲ୍‌ରେ ଦର୍ଶକ ତାଙ୍କୁ ଅସୁମାରି ଭଲପାଇବା ଦେଇ ସାରିଥିବା ବେଳେ ସିନେମାରେ ବି ଆଗକୁ ସେପରି ମିଳିବ ବୋଲି ସେ ଆଶାବାଦୀ।

gjgdgjgdjyy

ଅନେକ ଧାରାବାହିକରେ ମୁଖ୍ୟ ନାୟକ ସାଜି ଦର୍ଶକଙ୍କ ପ୍ରିୟ ହୋଇସାରିବା ପରେ ଏବେ ସିନେମାରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି ଅଭିନେତା ରିଷି। ସିରିୟଲ୍‌ରେ ଦର୍ଶକ ତାଙ୍କୁ ଅସୁମାରି ଭଲପାଇବା ଦେଇ ସାରିଥିବା ବେଳେ ସିନେମାରେ ବି ଆଗକୁ ସେପରି ମିଳିବ ବୋଲି ସେ ଆଶାବାଦୀ। ଏହି ଲୋକପ୍ରିୟ ଅଭିନେତାଙ୍କ ସହ ଅଳ୍ପ ଆଳାପ।

‘ଶଙ୍ଖା ସିନ୍ଦୂର’ ସିରିୟଲ୍ ଜରିଆରେ ଦର୍ଶକ ଆପଣଙ୍କୁ ପ୍ରଥମେ ଜାଣିଲେ ଏବଂ ପରେ ସିନେମାରେ ବି ନଜର ଆସି ସାରିଛନ୍ତି। ସିନେମା ଓ ସିରିୟଲ୍ ଶିଳ୍ପ ମଧ୍ୟରୁ କେଉଁଟିକୁ ଆପଣ ବେଶି ଗୁରୁତ୍ବ ଦେଉଛନ୍ତି?
ସିରିୟଲ୍ ହେଉ କି ସିନେମା ହେଉ; ଉଭୟ ଶିଳ୍ପ ପାଇଁ ଜରୁରି ହେଉଛି ଅଭିନୟ କରିବାର କଳା। ସମସ୍ତ ମାଧ୍ୟମରେ ଶିଖରକୁ ଛୁଇଁବା ମୋର ଲକ୍ଷ୍ୟ। ସିରିୟଲ୍‌ରେ ମୁଁ ସଫଳ ହୋଇସାରିଛି, ସିନେମାରେ ସଫଳତା ପାଇବା ପାଇଁ ଯାତ୍ରା ଜାରି ରହିଛି। 

ଯଦି ସିନେମା ଓ ଧାରାବାହିକ ଭିତରୁ ଆପଣଙ୍କୁ କେଉଁ ଗୋଟିଏକୁ ଛାଡ଼ିବାକୁ କୁହାଯାଏ ତ ଆପଣ କାହାକୁ ଛାଡ଼ିବେ?
ସବୁ ତ ଅଭିନୟ। ତେବେ ଯେଉଁଥିରେ ମୋ କାମ ଦର୍ଶକଙ୍କୁ ବେଶି ପ୍ରଭାବିତ କରିବ ଏବଂ ଯେଉଁଟିରେ ଦର୍ଶକ ମୋତେ ବେଶି ଗ୍ରହଣ କରିବେ ମୁଁ ତାହା କରିବାକୁ ଚାହିଁବି। 

କେବେ ବିବାହ ବନ୍ଧନରେ ବାନ୍ଧିହେବେ ରିଷି? ପ୍ରେମ ବିବାହ କରିବେ ନା ବ୍ୟବସ୍ଥିତ ବିବାହ କରିବେ?
କୁହାଯାଏ, ମ୍ୟାରେଜେସ୍‌ ଆର୍ ମେଡ୍‌ ଇନ୍‌ ହେଭେନ୍। ଅର୍ଥ‌ାତ୍‌ ବିବାହ ତ ସ୍ବର୍ଗରୁ ସ୍ଥିରୀକୃତ ହୋଇଥାଏ। ସେ ବିଷୟରେ ମୁଁ କାହିଁକି ବା ଅଯଥାରେ ଭାବିବି ?

ଆପଣ ଏକାଧିକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଆପଣଙ୍କୁ ବେଶି ଭଲଲାଗନ୍ତି?
ଅଭିନେତ୍ରୀ ସୁପ୍ରିୟା ମୋତେ ବହୁତ ଭଲଲାଗନ୍ତି। ସେ ଜଣେ ଭଲ ସହ-କଳାକାର ଓ ବନ୍ଧୁ। 

ଶୁଣାଯାଏ, ସିନେମାରେ ନାୟକମାନଙ୍କ ତୁଳନାରେ ନାୟିକାମାନେ ଟିକେ କମ୍ ପାରିଶ୍ରମିକ ପାଆନ୍ତି। ଆପଣଙ୍କ ମତରେ ଏଇ ଧାରା ବଦଳିବା ଉଚିତ ନା ନୁହେଁ?
ମୁଁ ଜାଣିବାରେ ଆମ ଶିଳ୍ପରେ ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିଥାଏ। ଏହି ଧାରା ଆଦୌ ବଦଳିବା ଉଚିତ ନୁହେଁ। 

ଏବର ଧାରାବାହିକଗୁଡ଼ିକ ଟିକେ ନାରୀକୈନ୍ଦ୍ରିକ। ସେଥିପାଇଁ ଆପଣ କେବେ ଅବହେଳିତ ଅନୁଭବ କରିଛନ୍ତି କି?
ମୁଁ କାମ କରିଥିବା ଧାରାବାହିକଗୁଡ଼ିକରେ ମୋତେ ସେଭଳି ଅନୁଭବ କରାଯାଇନି। ସମସ୍ତ ଧାରାବାହିକରେ ମୁଁ ସମାନ ଗୁରୁତ୍ବ ପାଇଛି।

ଯଦି ସୁଯୋଗ ମିଳେ ଆପଣ ଆମ ଦେଶର କେଉଁ ଖେଳାଳିଙ୍କ ବାୟୋପିକ୍‌ରେ  ଅଭିନୟ କରିବାକୁ ଚାହିଁବେ?
ହକିଷ୍ଟାର୍‌ ଦିଲୀପ ତିର୍କୀଙ୍କ ଦ୍ବାରା ମୁଁ ଖୁବ୍ ଅନୁପ୍ରେରିତ। ତାଙ୍କ ଜୀବନ କାହାଣୀ ଉପରେ ଯଦି କେହି ଚଳଚ୍ଚିତ୍ର କରନ୍ତି ତ ‌ସେଥିରେ ମୁଁ ଅଭିନୟ କରିବାକୁ ଚାହିଁବି। ଯଦି ଏହି ସୁଯୋଗ ମିଳେ ତ ତାହା ମୋର ସୌଭାଗ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe