ସାତ୍ ସୱାଲ୍: ଅତୀତର ସେ ଅଘଟଣକୁ ମୁଁ ଭୁଲିବାକୁ ଚାହେନି

Advertisment

୨୦୧୭ ମସିହାରେ ‘ମିଠାମିଠା’ ସିନେମା ଜରିଆରେ ଓଲିଉଡ୍‌ରେ ପାଦ ଥାପିଥିଲେ ସେ। ୧୦୦ରୁ ଅଧିକ ମ୍ୟୁଜିକ୍ ଭିଡିଓ କରିବା ପରେ ଏବେ ଲୋକପ୍ରିୟ ଧାରାବାହିକ ‘ସୁନାଝିଅ’ରେ ନଜର ଆସି ନିଜ ଭାଗ୍ୟ ପରୀକ୍ଷା କରିବାକୁ ବାହାରିଛନ୍ତି ଏହି ଅଭିନେତା।

୨୦୧୭ ମସିହାରେ ‘ମିଠାମିଠା’ ସିନେମା ଜରିଆରେ ଓଲିଉଡ୍‌ରେ ପାଦ ଥାପିଥିଲେ ସେ। ୧୦୦ରୁ ଅଧିକ ମ୍ୟୁଜିକ୍ ଭିଡିଓ କରିବା ପରେ ଏବେ ଲୋକପ୍ରିୟ ଧାରାବାହିକ ‘ସୁନାଝିଅ’ରେ ନଜର ଆସି ନିଜ ଭାଗ୍ୟ ପରୀକ୍ଷା କରିବାକୁ ବାହାରିଛନ୍ତି ଏହି ଅଭିନେତା।

fhhffh

୨୦୧୭ ମସିହାରେ ‘ମିଠାମିଠା’ ସିନେମା ଜରିଆରେ ଓଲିଉଡ୍‌ରେ ପାଦ ଥାପିଥିଲେ ସେ। ୧୦୦ରୁ ଅଧିକ ମ୍ୟୁଜିକ୍ ଭିଡିଓ କରିବା ପରେ ଏବେ ଲୋକପ୍ରିୟ ଧାରାବାହିକ ‘ସୁନାଝିଅ’ରେ ନଜର ଆସି ନିଜ ଭାଗ୍ୟ ପରୀକ୍ଷା କରିବାକୁ ବାହାରିଛନ୍ତି ଏହି ଅଭିନେତା। ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ସମ୍ଭବ ମାନସିଂହଙ୍କୁ ଅନେକ ଶୁଭେଚ୍ଛା ସହିତ ତାଙ୍କ ସହ ଅଳ୍ପ ଆଳାପ।

ବନ୍ଦନା ମିଶ୍ର୍ର

ସିନେମାରୁ ମ୍ୟୁଜିକ୍ ଭିଡିଓ ଏବଂ ଏବେ ନୂଆ ନୂଆ ଧାରାବାହିକରେ ପାଦ ଥାପିଛନ୍ତି। କେମିତି ଲାଗୁଛି?
ସବୁ କାମ ମୋତେ ଭଲଲାଗେ। ଜଣେ ଅଭିନେତାକୁ ତ ଅଭିନୟ କରିବାର ଅଛି, ମାଧ୍ୟମ ଯାହା ବି ହେଉ। ଯେହେତୁ ଧାରାବାହିକ ‘ସୁନାଝିଅ’କୁ ଓଡ଼ିଶାର ସବୁଠାରୁ ଅଧିକ ଲୋକ ଦେଖୁଛନ୍ତି ଏବଂ ମୁଁ ସେଥିରୁ ହିଁ ମୋର ଟେଲିଯାତ୍ରା ଆରମ୍ଭ କରିଛି, ତେଣୁ ମୁଁ ବହୁତ ଖୁସି।

ଅଧିକାଂଶ କଳାକାର ଧାରାବାହିକରୁ ସିନେମାକୁ ଯାଆନ୍ତି, ହେଲେ ଆପଣ ଓଲଟା କଲେ କାହିଁକି?
ଫିଲ୍ମରେ ବହୁତ ଚେଷ୍ଟାକଲି। ପାଖାପାଖି ୬-୭ ବର୍ଷ ସଂଘର୍ଷ କଲି। କିଛି ଫିଲ୍ମ ସୁଟିଂ ହେଇ ଅଧାରୁ ବନ୍ଦ ହୋଇଗଲା, ଆଉ କିଛି ରିଲିଜ୍ ହେଲା ବହୁତ ବିଳମ୍ବରେ। ହୁଏତ ସିନେମାରେ ଭାଗ୍ୟ ସାଥ୍ ଦେଲାନି। ଏଭଳି ପରିସ୍ଥିତିରେ ଯେତେବେଳେ ଏକ ଭଲ ଟିଆର୍‌ପି ଥିବା ଧାରାବାହିକରୁ ଅଫର୍ ମିଳିଲା ତ ମୋତେ ଗ୍ରହଣ କରିବାକୁ ଉଚିତ ଲାଗିଲା।

ସିନେମା ଶିଳ୍ପରେ କଳାକୁ ଗୁରୁତ୍ବ ଦିଆଯାଏ ନା ପ୍ରିୟାପ୍ରୀତିତୋଷଣକୁ?
କିଛି ବର୍ଷ ପୂର୍ବେ ସେପରି ହେଉଥିଲା। ଚିହ୍ନାପିଲାଙ୍କୁ ଅଧିକ ଗୁରତ୍ବ ମିଳୁଥିଲା। ମାତ୍ର ଏଇ ବର୍ଷେ, ଦୁଇ ବର୍ଷ ହେବ ସେ ଟ୍ରେଣ୍ଡ୍ ବଦଳିଛି। ପୂରା ପରିବର୍ତ୍ତନ ନହେଲେ ବି ଦକ୍ଷତା ଥିବା ପିଲାମାନଙ୍କୁ ଆଗ ଅପେକ୍ଷା ଏବେ ଅଧିକ ଗୁରୁତ୍ବ ମିଳୁଛି।

ଆପଣ ନିକଟରେ ବିବାହ କରିଛନ୍ତି। ପତ୍ନୀ ଆପଣଙ୍କ ପସନ୍ଦ ନା ଘର ଲୋକଙ୍କର?
ଆମର ପ୍ରେମ ବିବାହ। ଆରମ୍ଭରୁ ପରିବାର ଲୋକ ବିବାହ ସପକ୍ଷରେ ନଥିଲେ। ହେଲେ ଆମେ ସମସ୍ତଙ୍କୁ ରାଜି କରାଇଲୁ। ଚାରି-ପାଞ୍ଚ ବର୍ଷର ପରିଚୟ ପରେ ଏବେ ଆମେ ବିବାହ ବନ୍ଧନରେ ବାନ୍ଧି ହୋଇଛୁ।

ପତ୍ନୀଙ୍କର କେଉଁ ଗୁଣ ଆପଣଙ୍କୁ ବେଶି ଆକୃଷ୍ଟ କଲା?
ସେ ମୋତେ ଓ ମୋ କାମକୁ ବହୁତ ଭଲ ଭାବେ ବୁଝିପାରନ୍ତି। ବୋଧହୁଏ ତାଙ୍କ ସ୍ଥାନରେ ଆଉ କେହି ଥିଲେ ସେତେ ଭଲରେ ବୁଝି ନଥାନ୍ତେ। ତାହା ହିଁ ମୋତେ ଭଲଲାଗିଲା।

ଯଦି ସୁଯୋଗ ମିଳେ ଅତୀତର କେଉଁ ସମୟକୁ ଫେରିଯିବାକୁ ଚାହିବେ?
ଯଦି ସେଭଳି ସୁଯୋଗ ମିଳେ ମୁଁ ଅତୀତର ସବୁ ସମୟକୁ ଫେରିଯିବାକୁ ଚାହିବି। ବିତିଲା ଦିନର ସବୁ ମୁହୂର୍ତ୍ତ ମୋ ପାଇଁ ମୂଲ୍ୟବାନ୍।

ଜୀବନରେ ଏପରି କିଛି ଅଘଟଣ ଅଛି କି ଯାହାକୁ ଆପଣ ଭୁଲିଯିବାକୁ ଚାହାନ୍ତି?
ହଁ, ମୋ ଜୀବନରେ ସେମିତି ଅଘଟଣ ଅଛି, କିନ୍ତୁ  ମୁଁ ତାକୁ ଭୁଲିବାକୁ ଚାହେନି। ମୁଁ ଚାହେ ତାହା ସବୁବେଳେ ମୋର ମନରେ ରହୁ। କାରଣ ସେଇଟା ମ‌େନ ରହିଲେ ହିଁ ଆଗକୁ ବଢ଼ିବା ଲାଗି ବିଶ୍ବାସ ସୃଷ୍ଟି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe