ସାତ୍ ସୱାଲ୍: ଗାଉଁଲି ଝିଅ ଚରିତ୍ରରୁ ଆରମ୍ଭ ହେଉଛି ଅଭିନୟ ଜୀବନ

Advertisment

ଆଖିରେ ଆଖିଏ ସ୍ବପ୍ନ। ଅଭିନୟ ଜରିଆରେ ଦର୍ଶକଙ୍କ ଭଲପାଇବା ସାଉଁଟିବାର ଆଶା ନେଇ ପ୍ରଥମେ ମ୍ୟୁଜିକ୍‌ ଭିଡିଓରେ ନଜର ଆସନ୍ତି ସେ। ଏଗୁଡ଼ିକ ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇ ତାଙ୍କୁ ଗ୍ରହଣୀୟତା ମିଳେ।

ଆଖିରେ ଆଖିଏ ସ୍ବପ୍ନ। ଅଭିନୟ ଜରିଆରେ ଦର୍ଶକଙ୍କ ଭଲପାଇବା ସାଉଁଟିବାର ଆଶା ନେଇ ପ୍ରଥମେ ମ୍ୟୁଜିକ୍‌ ଭିଡିଓରେ ନଜର ଆସନ୍ତି ସେ। ଏଗୁଡ଼ିକ ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇ ତାଙ୍କୁ ଗ୍ରହଣୀୟତା ମିଳେ।

New Project (17)

ଆଖିରେ ଆଖିଏ ସ୍ବପ୍ନ। ଅଭିନୟ ଜରିଆରେ ଦର୍ଶକଙ୍କ ଭଲପାଇବା ସାଉଁଟିବାର ଆଶା ନେଇ ପ୍ରଥମେ ମ୍ୟୁଜିକ୍‌ ଭିଡିଓରେ ନଜର ଆସନ୍ତି ସେ। ଏଗୁଡ଼ିକ ୟୁଟ୍ୟୁବ୍‌ରେ ପ୍ରସାରିତ ହୋଇ ତାଙ୍କୁ ଗ୍ରହଣୀୟତା ମିଳେ। ଏବେ ୟୁଟ୍ୟୁବ୍‌ରୁ ସିଧା ସିଲ୍‌ଭର୍‌ ସ୍କ୍ରିନ୍‌କୁ ଆସିବାକୁ ଯାଉଛନ୍ତି ଅଭିଲିପ୍‌ସା। ଆଗାମୀ ଦିନରେ ଚଳଚ୍ଚିତ୍ର ‘ଲଢ଼େଇ’ରେ ଲୋହିତାକ୍ଷଙ୍କ ବିପକ୍ଷରେ ନାୟିକା ବନିବାକୁ ଯାଉଥିବା ନବାଗତା ଅଭିଲିପ୍‌ସାଙ୍କ ସହ ଅଳ୍ପ ଆଳାପ।

ବନ୍ଦନା ମିଶ୍ର୍ର

ଆପଣ ପ୍ରଥମେ ମ୍ୟୁଜିକ୍‌ ଭିଡିଓ କରୁଥିଲେ। ସିନେମାରେ ସୁଯୋଗ କେମିତି ପାଇଲେ?
ନିର୍ଦ୍ଦେଶକ ଅଶୋକ ପତି ସାର୍ ଇନ୍‌ଷ୍ଟାଗ୍ରାମ୍‌ରେ ମୋର କେତୋଟି ରିଲ୍‌ସ୍ ଓ ମ୍ୟୁଜିକ୍‌ ଭିଡିଓର ଝଲକ ଦେଖିଥିଲେ ଏବଂ ଅଭିନେତା ମନ୍ମୟ ଦେ’ଙ୍କ ଜରିଆରେ ମୋ ସହ ଯୋଗାଯୋଗ କରିଥିଲେ। ତା’ପରେ ମୁଁ ଅଡିସନ୍ ଦେଇ ମନୋନୀତ ହୋଇଥିଲି।

କେଉଁ ସବୁ ମ୍ୟୁଜିକ୍‌ ଭିଡିଓରେ ଦର୍ଶକ ଆପଣଙ୍କୁ ବେଶି ପସନ୍ଦ କରିଛନ୍ତି?
‘ଅଳ୍ପ ଟିକେ ପ୍ରେମ’, ‘ପାଟ ଓଢ଼ଣି’, ‘କର୍ଫ୍ୟୁ’, ‘ନିଜଠୁ ନିଜର’, ‘ଯେବେ ନିଜର କଲା ତୋ ନଜର’ ଆଦି ଅଳ୍ପ କେତୋଟି ମ୍ୟୁଜିକ୍‌ ଭିଡିଓରେ ଅଭିନୟ କରିଛି। କିନ୍ତୁ ଦର୍ଶକଙ୍କଠୁ ବହୁତ ଭଲପାଇବା ସାଉଁଟିଛି।

ଆଗକୁ କ’ଣ କରିବାର ଯୋଜନା ରହିଛି?
ଅଭିନୟ କ୍ଷେତ୍ରରେ ପାଦ ଦେଇଛି ଯେତେବେଳେ ଆଗକୁ ଅଭିନୟ କ୍ଷେତ୍ରରେ ନିଜକୁ ନିପୁଣ କରିବି। ଭଲ ଭଲ ସିନେମା କରି ଦର୍ଶକଙ୍କ ମନୋରଞ୍ଜନ କରାଇବି। 

ଅଶୋକ ପତିଙ୍କ ପରି ଜଣେ ସୁପରିଚିତ ଓ ଅଭିଜ୍ଞ ନିର୍ଦ୍ଦେଶକଙ୍କଠାରୁ ସିନେମାରେ ଅଫର୍‌ ପାଇବା ପରେ ପ୍ରଥମେ କାହାକୁ ଜଣାଇଥିଲେ?
ଏହା ଅବିଶ୍ୱସନୀୟ ଥିଲା ମୋ ପାଇଁ। ପ୍ରଥମେ ତ ମୁଁ ଏହାକୁ ସହଜରେ ଗ୍ରହଣ କରିପାରୁ ନଥିଲି। ତେବେ ସବୁକିଛି ଚୂଡ଼ାନ୍ତ ହେବା ପରେ ମୁଁ ପ୍ରଥମେ ମୋ ଭଉଣୀକୁ ଏ କଥା ଜଣାଇଥିଲି। ଆମେ ଦୁଇଭଉଣୀ ସାଙ୍ଗପରିକା। ତେଣୁ ମୁଁ ସବୁ କଥା ମୋ ଭଉଣୀକୁ ପ୍ରଥମେ ଜଣାଇଥାଏ, ଆଉ ସେ ମୋତେ।

ଓଲିଉଡ୍‌ରେ ଆପଣଙ୍କର ପ୍ରିୟ ଅଭିନେତା ଓ ଅଭିନେତ୍ରୀ କିଏ?
ବାବୁସାନ୍‌ ମୋର ପ୍ରିୟ ଅଭିନେତା ଆଉ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅର୍ଚ୍ଚିତା ଓ ଏଲିନା।

ଆପଣ ଅଭିନେତା ଲୋହିତାକ୍ଷଙ୍କ ବିପକ୍ଷରେ ନାୟିକା ସାଜିବାକୁ ଯାଉଛନ୍ତି। ଚଳଚ୍ଚିତ୍ରଟିରେ ଆପଣଙ୍କ ଭୂମିକା କିପରି ରହିଛି?
ରିଲିଜ୍‌ ଆଗରୁ  ତ ଫିଲ୍ମ ସମ୍ପର୍କରେ ମୁଁ ବିଶେଷ କିଛି କହି ପାରିବିନାହିଁ। ତେବେ ଏତିକି କହିପାରିବି ଯେ ମୋତେ ଏଥିରେ ଜଣେ ଗାଉଁଲି ଝିଅ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇବେ। 

ୟୁଟ୍ୟୁବ୍‌ରେ ଭିଡିଓ କଲା ବେଳେ ସିନେମା ଅଫର୍‌ ପାଇବେ ବୋଲି କେବେ ଭାବିଥିଲେ?
ନା। ବରଂ ମୁଁ କହିବି ମୋତେ ଏସବୁ ସ୍ବପ୍ନ ପରି ଲାଗୁଛି। ଅଶୋକ ସାର୍‌ ପ୍ରଥମେ ଅଫର୍ ଦେଇଥିଲେ। ଅଫର୍‌ ପାଇବା ପରେ ଯେତିକି ଖୁସି ଥିଲି, ସେତିକି ନର୍ଭସ୍‌ ବି ଥିଲି। ପ୍ରକୃତ କଥା ହେଲା, ଏହାକୁ ସହଜରେ ବିଶ୍ୱାସ କରି ପାରୁ ନଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe