ଧର୍ମେନ୍ଦ୍ରଙ୍କ ସହ ଲିପ୍‌ଲକ୍‌ କିସ୍‌ ଚର୍ଚ୍ଚା ନସରୁଣୁ ପୁଣି ଥରେ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଶାବାନା ଆଜ୍‌ମୀ

Advertisment
ଧର୍ମେନ୍ଦ୍ରଙ୍କ ସହ ଲିପ୍‌ଲକ୍‌ କିସ୍‌ ଚର୍ଚ୍ଚା ନସରୁଣୁ ପୁଣି ଥରେ ପ୍ରଶଂସକଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଶାବାନା ଆଜ୍‌ମୀ

ମୁମ୍ବାଇ: ଫିଲ୍ମ ‘ରିକି ଔର୍‌ ରାନୀ କୀ ପ୍ରେମ କହାନୀ’ ରେ ସତୁରି ଦଶକର ସୁପ୍‌ଷ୍ଟାର୍‌ ଧର୍ମେନ୍ଦ୍ର ଓ ଅଭିନେତ୍ରୀ ଶାବାନା ଆଜ୍‌ମୀଙ୍କ ଲିପ୍‌ଲକ୍‌ ଚୁମ୍ବନ ଏବେ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ପରିଣତ ବୟସରେ ଏହି ଦୁଇ କଳାକାର ଏପରି ବୋଲ୍‌ଡ ଦୃଶ୍ୟରେ ଅଭିନୟ କରିଥିବାରୁ କେହି କେହି ତାହାକୁ ଚମତ୍କାର ବୋଲି କହୁଛନ୍ତି ତ ପୁଣି କେହି ନିନ୍ଦା ବି କରୁଛନ୍ତି।

ନିକଟରେ ଏ ଉପରେ ଧର୍ମେନ୍ଦ୍ର ଓ ତାଙ୍କ ପତ୍ନୀ ସମସ୍ତେ ଗଣମାଧ୍ୟମରେ ସେମାନଙ୍କ ମତ ରଖି ସାରିଛନ୍ତି। ଏହାରି ଭିତରେ ଶବାନା ଦର୍ଶକଙ୍କୁ ଆହୁରି ଏକ ସର୍‌ପ୍ରାଇଜ୍‌ ଦେଇଛନ୍ତି। ସେ ଧର୍ମେନ୍ଦ୍ରଙ୍କ ସହ ତାଙ୍କର ଏକ ପୁରୁଣା ଫଟୋକୁ ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

‘ରିକି ଔର୍‌ ରାନୀ କୀ ପ୍ରେମ କହାନୀ’ ଧର୍ମେନ୍ଦ୍ର ଓ ଶବାନାଙ୍କ ପ୍ରଥମ ଫିଲ୍ମ ନୁହେଁ। ପୂର୍ବରୁ ବି ସେ ଦୁହେଁ ସାଥୀ ହୋଇ କାମ କରିଛନ୍ତି। ଶବାନା ଇନ୍‌ଷ୍ଟାରେ ସେମାନଙ୍କ ଫଟୋ ସେୟାର୍‌ କରିଛନ୍ତି। ସେ ସେୟାର୍‌ କରିଥିବା ଫଟୋଟି ହେଉଛି ସେ ସମୟର ‘ମର୍ଦୋ ୱାଲି ବାତ୍‌’ ଫିଲ୍ମର।

ସେହି ଫିଲ୍ମରେ ଦୁହିଁଙ୍କ କାମକୁ ବେଶ୍‌ ପସନ୍ଦ କରାଯାଇଥିଲା। ଇନ୍‌ଷ୍ଟା‌ରେ ଧର୍ମେନ୍ଦ୍ର ଓ ଶବାନାଙ୍କ ଉକ୍ତ ଫଟୋଟି ଦେଖି ପ୍ରଶଂସକମାନେ ପୁରୁଣା ଦିନକୁ ଫେରି ଯାଇଛନ୍ତି। ପ୍ରଶଂସକମାନେ ସେମାନଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ଅପେକ୍ଷା କରି ରହିଛନ୍ତି। ଯଦି ଆମେ ‘ରିକି ଔର୍‌ ରାନୀ କୀ ପ୍ରେମ କହାନୀ’ ବିଷୟରେ କଥା ହେବା ତ, ଏହା ସି‌ନେମା ହଲ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe