ଶାହାରୁଖ୍-ଦୀପିକା ୱାନ୍ସ ଏଗେନ୍

ଶାହାରୁଖ୍-ଦୀପିକା ୱାନ୍ସ ଏଗେନ୍

Invest Records

ନୂଆ ଚଳଚ୍ଚିତ୍ର ‘ପଠାନ୍’ରେ ଶାହାରୁଖ୍‌ଙ୍କ ସହ ପ୍ରେମୀଯୋଡ଼ି ସାଜୁଥିବା ଦୀପିକା ଦର୍ଶକଙ୍କୁ ଉତ୍ସାହିତ କଲେଣି। କେବଳ କ’ଣ ଶାହାରୁଖ୍‌ଙ୍କ ଇମେଜ୍‌, ୟଶରାଜ ଫିଲ୍ମ ବ୍ୟାନର୍‌ରେ କାମ କରୁଥିବାରୁ ଦୀପିକା ଅଧିକ କ୍ରେଜି ଅଛନ୍ତି। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ୍‌’ ପରି ଆକ୍ସନ୍ ମୁଭିରେ ଶାହରୁଖ୍‌ ଓ ଦୀପିକାଙ୍କୁ ଯୋଡ଼ି କରି ସଫଳତା ପାଇବାକୁ ଯୋଜନା କରୁଛନ୍ତି। କୋଭିଡ୍ କଟକଣା କୋହଳ ହେବା ପରେ ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ସିଡ୍ୟୁଲ୍‌ର ସୁଟିଂ ଆରମ୍ଭ ହେଇଯାଇଛି। ଯଦିଓ ଦୀପିକାଙ୍କ ଚରିତ୍ର ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିନାହିଁ, କିନ୍ତୁ କୁହାଯାଉଛି, ଏଥିରେ ଦୀପିକା ସୁବଠୁ ଫି‌ଟେଷ୍ଟ ଓ ହଟେଷ୍ଟ ଲାଗିବେ।

ଏବେ ବଲିଉଡ୍‌ର ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ହେଉଛନ୍ତି ଦୀପିକା। ଆକ୍ସନ୍‌, ଇମୋସନ୍, ଡ୍ୟାନ୍ସ, ଡାଇଲଗ୍; ଶାହାରୁଖ୍ ଓ ଦୀପିକାଙ୍କ ଭିତରେ ଏମିତି ସବୁପ୍ରକାର ଲୀଳା ଦେଖିବାକୁ ମିଳିବ। ଅବଶ୍ୟ ଏ ଦୁହିଁଙ୍କ ମଝିରେ ଅଛନ୍ତି ଜନ୍ ଆବ୍ରାହମ୍। ‘ଓମ୍ ଶାନ୍ତି ଓମ୍’ରେ ଏକ ଗୌଣ ଭୂମିକାରେ ଆସି ଦୀପିକା ସେତେଟା ଦୃଷ୍ଟି ଆକର୍ଷଣ କରି ନଥିଲେ, କିନ୍ତୁ ‘ଚେନ୍ନାଇ ଏକ୍ସପ୍ରେସ୍’ ଓ ‘ହାପି ନ୍ୟୁ ଇୟର୍’ରେ ଶାହାରୁଖ୍‌ଙ୍କ ବିପକ୍ଷର ନାୟିକା ସାଜି ଦୀପିକା ବେଶ୍ ଚର୍ଚ୍ଚିତ ହେଇଛନ୍ତି। ଏବେ ‘ପଠାନ୍’ ଫିଲ୍ମକୁ ନେଇ ଦୀପିକା ଆହୁରି ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe