The Express Tribune
ଅଭିନେତା ଶାହରୁଖ ଖାନ୍ ଓ ଦୀପିକା ପାଦୁକୋନଙ୍କ ଯୋଡ଼ି ପୁଣି ଥରେ ଦେଖିବାକୁ ମିଳିବ। ତାମିଲ ଫିଲ୍ମ ନିର୍ଦ୍ଦେଶକ ଏଟଲୀ କୁମାରଙ୍କ ଦ୍ବିଭାଷୀ (ହିନ୍ଦୀ ଓ ତାମିଲ) ଚଳଚ୍ଚିତ୍ର ‘ସନ୍କୀ’ରେ ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଚଳିତବର୍ଷ ଆରମ୍ଭରେ ଏହାର ପୋଷ୍ଟର୍ ଶୁଭମୁକ୍ତି ହୋଇପାରେ। ସବୁ ଠିକ୍ଠାକ୍ ରହିଲେ ଚତୁର୍ଥଥର ପାଇଁ ଶାହରୁଖ-ଦୀପିକାଙ୍କ ଯୋଡ଼ିକୁ ରୁପେଲି ପରଦାରେ ଦେଖିବାର ସୁଯୋଗ ମିଳିବ। ଶାହରୁଖଙ୍କ ଅଭୀନିତ ‘ଓମ୍ ଶାନ୍ତି ଓମ୍’ ଚଳଚ୍ଚିତ୍ରରେ ଦୀପିକା ନାୟିକା ଭାବେ ବଲିଉଡ୍ରେ ପ୍ରବେଶ କରିଥିଲେ। ପରେ ଉଭୟଙ୍କୁ ‘ଚେନ୍ନାଇ ଏକ୍ସପ୍ରେସ’, ‘ହାପି ନ୍ୟୁ ଇୟର’ରେ ଏକାଠି ଦେଖିବାକୁ ମିଳିଥିଲା।
Follow Us