ଇଦ୍‌-ଉଜ୍‌-ଜୁହାରେ ଶୁଭେଚ୍ଛା ଜଣାଇଲେ ଶାହାରୁଖ

Advertisment
ଇଦ୍‌-ଉଜ୍‌-ଜୁହାରେ ଶୁଭେଚ୍ଛା ଜଣାଇଲେ ଶାହାରୁଖ

spotboye.com

ଇଦ୍-ଉଲ୍-ଜୁହା ଶୁଭ ଅବସରରେ ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ନେଟେନିଜେନମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିଙ୍ଗ ଖାନ୍‌ (ଶାହାରୁଖ ଖାନ୍‌) ତାଙ୍କ ପ୍ରଶଂସକମାନଙ୍କୁ ଅଭିବାଦନ ଜଣାଇବା ସୁଯୋଗକୁ ହାତଛଡ଼ା କରି ନାହାନ୍ତି। ପୁଅ ଆବ୍ରାମ ସହ ‘ମନ୍ନତ’ର ବାଲ୍‌କୋନିରୁ ଶାହରୁଖ ହାତ ହଲାଇ ପ୍ରଶଂସକମାନଙ୍କୁ ଇଦ୍ ମୁବାରକ ଜଣାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଦୃଶ୍ୟ ସ୍ବତନ୍ତ୍ର ଥିଲା।

ଏଥିସହିତ ରଣଦୀପ ହୁଦା, ଆମୀର ଖାନ, ସଞ୍ଜୟ ଦତ୍ତ, ରିଚା ଚଢ଼ା, ସିଦ୍ଧାର୍ଥ ମାଲହୋତ୍ରା, ଇମ୍ରାନ ହାସମି, ହୁମା କୁରେଶି, ଅନୁପମ ଖେର, ମାଧୁରୀ ଦୀକ୍ଷିତ ପ୍ରମୁଖ ନିଜ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟବହାର କରିଛନ୍ତି। ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀ ମଧ୍ୟ ଟ୍ୱିଟରରେ ଲେଖିଛନ୍ତି, ‘ସମସ୍ତଙ୍କୁ ଇଦ୍ ମୁବାରକ! ଇଦ୍-ଅଲ୍-ଅଦାର ଶୁଭ ଅବସରରେ ସମସ୍ତଙ୍କ ପାଇଁ ସୌହାର୍ଦ୍ଦ୍ୟ, ଶାନ୍ତି ଏବଂ ସୁଖ ବୃଦ୍ଧି କାମନା କରୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe