ଏକାଠି ହେଲେ ବଲିଉଡ୍‌ର ସୁପର ହିରୋ ଶାହରୁଖ ଖାନ୍ ଓ ‘ଦଙ୍ଗଲ୍’ ନାୟିକା ସାନ୍ୟା ମାଲହୋତ୍ରା

Advertisment
ଏକାଠି ହେଲେ ବଲିଉଡ୍‌ର ସୁପର ହିରୋ ଶାହରୁଖ ଖାନ୍ ଓ ‘ଦଙ୍ଗଲ୍’ ନାୟିକା ସାନ୍ୟା ମାଲହୋତ୍ରା

Times of India

ଏଟ୍‌ଲି କୁମାରଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ବେଶ୍ କିଛିଦିନ ହେବ ବଲିଉଡ୍‌ର ସୁପର ହିରୋ ଶାହରୁଖ ଖାନ୍ ଓ ‘ଦଙ୍ଗଲ୍’ ନାୟିକା ସାନ୍ୟା ମାଲହୋତ୍ରା ଏକାଠି ହେଇଛନ୍ତି। ଏବେ ନିର୍ଦ୍ଦେଶକ ଏଟ୍‌ଲି ଶାହରୁଖ ଓ ସାନ୍ୟାଙ୍କୁ ନେଇ ମୁମ୍ବାଇରେ ଉକ୍ତ ସିନେମାରେ ଥିବା କିଛି ହସ୍‌ପିଟାଲ୍‌ ଦୃଶ୍ୟାୟନର ଚିତ୍ରୋତ୍ତୋଳନ କରୁଛନ୍ତି। ଏପାଖେ ପ୍ରଶଂସକମାନେ ଶାହରୁଖଙ୍କ ପରବର୍ତ୍ତୀ ମୁଭି ଦେଖିବାକୁ ଉତ୍କଣ୍ଠାର ସହ ଚାହିରହିଛନ୍ତି।

ଜଣେ ଡାକ୍ତରଙ୍କ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ସାନ୍ୟା ରାତି ଆଠଟା ପର୍ଯ୍ୟନ୍ତ ସୁଟିଂସେଟ୍‌ରେ ନିୟୋଜିତ ରହୁଥିଲେ ମଧ୍ୟ ଶାହରୁଖ ତାଙ୍କ ଭାଗର ଦୃଶ୍ୟାୟନର ସୁଟିଂ ସାରି ଖୁବଶୀଘ୍ର ଘରକୁ ଫେରିଯାଉଛନ୍ତି। ପ୍ରଶଂସକମାନେ ଶାହରୁଖଙ୍କ ପାୱାର୍‌ପ୍ୟାକ୍ ଅବତାର ଦେଖିବାକୁ ଆଗ୍ରହ ରଖିଥିଲେ। କାରଣ ଚଳଚ୍ଚିତ୍ର ‘ଜିରୋ’ରେ ତାଙ୍କ ଚେ‌ହେରା ସେମିତି କିଛି ଆଖିଦୃଶିଆ ହେଇ ନ ଥିଲା। ଶାହରୁଖ ନିଜେ ମଧ୍ୟ କହିଥିଲେ ଯେ କୌଣସି ସିନେମା କାହାଣୀର ଶେଷ ପର୍ଯ୍ୟାୟ ନ ଦେଖିବା ଯାଏ ଜଣେ ଅଭିନେତା ବା ଚରିତ୍ରଙ୍କର ବିଶେଷତ୍ବ ବୁଝି ହୁଏନାହିଁ। ଏଥିପାଇଁ ଅଭିନୟ ସମ୍ପର୍କରେ ଆଉ କିଛି ଜାଣିବାକୁ ଲକ୍‌ଡାଉନ୍ ଅବଧିରେ ଶାହରୁଖ ବହି ପଢ଼ିବା, ସଙ୍ଗୀତ ଶୁଣିବା ଏବଂ ନିଜ ପରିବାର ସହ ଅଧିକ ସମୟ ଦେଇଥିଲେ। ଏହା ଭିତରେ ସେ ‘ପଠାନ୍’ ଚଳଚ୍ଚିତ୍ରରେ ମଧ୍ୟ ପ୍ରମୁଖ ଭୂମିକାରେ ଅଭିନୟ କରିସାରିଛନ୍ତି। ଏଥିରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ୍ ଓ ଜନ୍ ଆବ୍ରାହମ୍ ମଧ୍ୟ ଅଛନ୍ତି।

publive-image Digitpatrox

ହେଲେ ଶାହରୁଖଙ୍କ ସହ ସାନ୍ୟାଙ୍କର ଯେ ଏତେଶୀଘ୍ର ସଂଯୋଗ ଘଟିବ ଏହା କେତେକଙ୍କୁ ଚକିତ କରୁଛି। ଆଉ କେତେକ କହୁଛନ୍ତି ଏଥିରେ ଚକିତ ହେବାର କ’ଣ ଅଛି? କ୍ୟାରିଅର୍‌ର ପ୍ରଥମ ସିନେମା ‘ଦଙ୍ଗଲ୍’ରେ ସାନ୍ୟା ଯେଭଳି ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି, ତାଙ୍କୁ ଆଉ ଦୁର୍ବଳ ଭାବିବାର ପ୍ରଶ୍ନଉଠୁନି। ପୁଣି ପଟାଖା, ବଧାଇ ହୋ, ଫଟୋଗ୍ରାଫ୍, ଶକୁନ୍ତଳା ଦେବୀ, ଲୁଡୋ, ପଗଲାଇଟ୍‌ ଆଦି ଚଳଚ୍ଚିତ୍ରରେ ସାନ୍ୟା ମଧ୍ୟ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି। ସବୁଠୁ ବଡ଼କଥା ହେଲା ଜଣେ ଅଭିନେତ୍ରୀ ହେଇ ମଧ୍ୟ ‘ସିକ୍ରେଟ୍ ସୁପର୍‌ଷ୍ଟାର୍‌’ ସିନେମାରେ ଥିବା ଆଇଟମ୍ ଗୀତ ‘ସେକ୍ସି ବଲିଏ’ରେ ସାନ୍ୟା କୋରିଓଗ୍ରାଫି କରି ତାଙ୍କର ଅନ୍ୟ ଏକ ଦକ୍ଷତା ପ୍ରତିପାଦିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe