ଏବେ ଗାଁକୁ ଫେରିଯିବି ବୋଲି ଭାବୁଛି; କାହିଁକି ଏଭଳି କହିଲେ ଶାହରୁଖ

ଏବେ ଗାଁକୁ ଫେରିଯିବି ବୋଲି ଭାବୁଛି; କାହିଁକି ଏଭଳି କହିଲେ ଶାହରୁଖ

aajtak

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜର ପରେ ତାହା ପ୍ରମାଣ ହେବାରେ ଲାଗିଛି। ଅନେକ ବର୍ଷର ବ୍ୟବଧାନ ପରେ ଶାହରୁଖ ଫେରିଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସୁଥିବା ଜଣାପଡ଼ିଛି।

‘ପଠାନ’ର ତୃତୀୟ ଦିନର ବକ୍ସ ଅଫିସ୍‌ କଲେକ୍ସନ ରିପୋର୍ଟ ଆସିସାରିଛି। ତୃତୀୟ ଦିନରେ ଫିଲ୍ମଟି ୩୪ରୁ ୩୬ କୋଟି ଟଙ୍କା ରୋଜଗାର କରିଥିବା ସୂଚନା ରହିଛି। ତେବେ ପ୍ରଥମ ଓ ଦ୍ବିତୀୟ ଦିନରେ ଯେତିକି ରୋଜଗାର ହୋଇଥିଲା ସେ ତୁଳନାରେ ଖୁବ୍ କମ୍‌। ହେଲେ ବି କିଙ୍ଗ୍‌ ଖାନ୍‌ଙ୍କ ପ୍ରଶଂସକଙ୍କୁ ମନ ଦୁଃଖ କରିବାର ଆବଶ୍ୟକତା ନାହିଁ। କାରଣ ଭାରତକୁ ଛାଡ଼ିଲେ ବିଶ୍ବ ସ୍ତରରେ ‘ପଠାନ’ର ଯାଦୁ ଏବେ ବି କାଏମ୍‌ ରହିଛି। ଚଳଚ୍ଚିତ୍ରଟି ୩ ଦିନ ଭିତରେ ବିଶ୍ବ ସ୍ତରରେ ୩୦୦ କୋଟି ଟଙ୍କାର ରୋଜଗାର ପାର୍‌ କରିଛି। ତେବେ ଏତେ ସବୁ ଭଲପାଇବା ମିଳିବା ପରେ ଶାହରୁଖ ଗାଁକୁ ଚାଲିଯିବା କଥା କହିଛନ୍ତି।

#ଆସ୍କଏସଆରକେ ସେସନ ସମୟରେ ଟ୍ବିଟରରେ ଜଣେ ବ୍ୟବହାରକାରୀ ଶାହରୁଖଙ୍କୁ ପ୍ରଶ୍ନ କରିଥିଲେ ଯେ ଏ ରେକର୍ଡ ଦେଖିବା ପରେ ଆପଣଙ୍କୁ କିଭଳି ଅନୁଭବ ହେଉଛି? ଏହାର ଜବାବରେ ଶାହରୁଖ ଲେଖିଛନ୍ତି, ହା....ହା....ଲାଗୁଛି ଏବେ ଗାଁକୁ ଫେରିଯିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe