ଶାହାରୁଖଙ୍କ ଭଉଣୀ ନୁର୍ ଜାହାଁଙ୍କ ନିଧନ, କର୍କଟ ରୋଗରେ ଥି‌ଲେ ପୀଡ଼ିତ

Advertisment
ଶାହାରୁଖଙ୍କ ଭଉଣୀ ନୁର୍ ଜାହାଁଙ୍କ ନିଧନ, କର୍କଟ ରୋଗରେ ଥି‌ଲେ ପୀଡ଼ିତ

oneindia.com

ନୂଆଦିଲ୍ଲୀ: କର୍କଟ ରୋଗରେ ପୀଡ଼ିତ ଥିବା ବଲିଉଡ୍ ସୁପରଷ୍ଟାର ଶାହାରୁଖ୍ ଖାନଙ୍କ ସଂପର୍କୀୟ ଭଉଣୀ ନୁର୍ ଜାହାଁ ପାକିସ୍ତାନର ପେଶାୱରରେ ନିଜର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ନୁର୍ ଜାହାଁଙ୍କ ସାନ ଭାଇ ମନସୁର ଅହମଦ ଏହି ଖବର ସ୍ପଷ୍ଟ କରିଛନ୍ତି। ସେ କିଛି ବର୍ଷ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା। ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସହ ଏବେ ତାଙ୍କର ନିଧନ ହୋଇଥିବା ଖବର ସାମ୍ନାକୁ ଆସିଛି। ପାକିସ୍ତାନର ପେଶାୱରରେ ଥିବା କିସ୍ସା ଖ୍ୟାନି ବଜାର ପାଖରେ ନିଜ ପରିବାର ସହ ରହୁଥିଲେ ନୁର୍।

Image result for shah-rukh-khan-cousin-noor-jehan-died-in-pakistan-peshawar-due-to-cancer The Pigeon Express

ସୂଚନା ମୁତାବକ, ସ୍ବର୍ଗତଃ ନୁର୍ ରାଜନୀତିରେ ସକ୍ରିୟ ଥିଲେ। ୨୦୧୮ର ସାଧାରଣ ନିର୍ବାଚନରେ ସେ ପ୍ରଥମେ ନାମାଙ୍କନ ପତ୍ର ଦାଖଲ କରିଥିବା ବେ‌ଳେ ପରେ ସେ ନିଜର ନାଁ ଫେରାଇ ନେଇଥିଲେ। ଯାହା ପରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୧୯୪୭ରେ ଦେଶ ବିଭାଜନ ହେଉଥିବା ବେଳେ ଶାହାରୁଖଙ୍କ ବାପା ପାକିସ୍ତାନରୁ ଦିଲ୍ଲୀ ଚାଲି ଆସିଥିଲେ। କିନ୍ତୁ ତାଙ୍କ ଦାଦା ଗୁଲାମ ମହମ୍ମଦ ଖାନ୍ ପାକିସ୍ତାନରେ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଶାହାରୁଖ୍ ଦୁଇ ଥର ପାକିସ୍ତାନ ଯାଇ ଦାଦାଙ୍କ ପରିବାରକୁ ଭେଟିଥିବା ବେଳେ ନୁର୍ ଜାହାଁ ପ୍ରଥମ କରି ନିଜ ସ୍ବାମୀଙ୍କ ସହ ଭାରତ ଆସି ଶାହାରୁଖଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe