ନୂଆମୋଡ଼ ନେଲା ଧମକ ମାମଲା: ଫୋନ୍‌ ହଜିଯାଇଛି ବୋଲି କହିଲା ଅଭିଯୁକ୍ତ

Advertisment

କିଙ୍ଗ୍‌ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ଯେଉଁ ନମ୍ବରରୁ କଲ୍‌ ଆସିଥିଲା ସେହି ନମ୍ବରଟି ସୁଇଚ୍‌ ଅଫ୍‌ ଦେଖାଉଥିଲା। ହେଲେ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। 

Updated On

କିଙ୍ଗ୍‌ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ଯେଉଁ ନମ୍ବରରୁ କଲ୍‌ ଆସିଥିଲା ସେହି ନମ୍ବରଟି ସୁଇଚ୍‌ ଅଫ୍‌ ଦେଖାଉଥିଲା। ହେଲେ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। 

ଅଦ୍ୟତନ ହୋଇଛି
www.aajtak.in

ମୁମ୍ବାଇ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲ୍‌ମାନ ଖାନ୍‌ ପରେ ଏବେ ଶାହରୁଖ୍‌ ଖାନ୍‌ଙ୍କୁ ମିଳିଛି ହତ୍ୟା ଧମକ। ଶାହରୁଖ୍‌ଙ୍କୁ ହତ୍ୟା ଧମକ ମିଳିବା ଖବର ଶୁଣି ତାଙ୍କ ପ୍ରଶଂସକମାନେ ଦୁଃଖୀ ହୋଇ ଯାଇଛନ୍ତି। ଶାହରୁଖ୍‌ଙ୍କୁ ଏକ ଫୋନ୍‌ କଲ୍‌ ଜରିଆରେ ଧମକ ମିଳିଥିଲା। କଲ୍‌ କରିଥିବା ଅଭିଯୁକ୍ତର ନାମ ଫୈଜାନ୍‌ ଖାନ୍‌।

ତେବେ କିଙ୍ଗ୍‌ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ଯେଉଁ ନମ୍ବରରୁ କଲ୍‌ ଆସିଥିଲା ସେହି ନମ୍ବରଟି ସୁଇଚ୍‌ ଅଫ୍‌ ଦେଖାଉଥିଲା। ହେଲେ ଏବେ ଏହି ମାମଲା ନୂଆ ମୋଡ଼ ନେଇଛି। 

ଏବେ ଅଭିଯୁକ୍ତ ଏହି କଲ୍‌ କରିନାହିଁ ବୋଲି ସଫେଇ ଦେଇଛି। ଅଭିଯୁକ୍ତର କହିବା କଥା ହେଲା ନଭେମ୍ବର ୨ ତାରିଖରେ ତା’ ଫେ‌ାନ୍‌ ହଜିଯାଇଛି। ଯେ ଫେ‌ାନ୍‌ କରିନାହିଁ। ତ‌ା’ ହଜି ଯାଇଥିବା ଫୋନ୍‌ରୁ ଆଉ କେହି ଶାହରୁଖ୍‌କୁ କଲ୍‌ କରିଛି। ଯେଉଁ ନମ୍ବରରୁ ଶାହରୁଖ୍‌ଙ୍କ କଲ୍‌ ଆସିଥିଲା ତାହାକୁ ଟ୍ରାକ୍‌ କରିବାରୁ ଜଣାପଡ଼ିଲା ଯେ ରାୟପୁର୍‌ରୁ କଲ୍‌ ଆସିଥିଲା। 

ରାୟପୁରର ଫୈଜାନ ନାମକ ଜଣେ ବ୍ୟକ୍ତି କଲ୍ କରି ହତ୍ୟା କରିବାକୁ ଧମକ ଦେଇଥିଲା। ୫୦ଲକ୍ଷ ଟଙ୍କା ଦିଅ। ନଚେତ୍ ମାରିଦେବି ବୋଲି କହିଥିଲା ଅଭିଯୁକ୍ତ। ଏହି ଫୋନ୍ କଲ୍ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ରେଡ୍ ଚିଲିଜର କାର୍ଯ୍ୟାଳୟକୁ ଆସିଥିଲା। ଧମକ ପାଇବା ପରେ ଶାହାରୁଖ ଖାନଙ୍କ ପ୍ରଡକ୍ସନ୍ କମ୍ପାନି ତୁରନ୍ତ ପୁଲିସ ନିକଟରେ ଅଭିଯୋଗ କରିଥିଲା। ଏହା ପରେ ମୁମ୍ବାଇର ବାନ୍ଦ୍ରା ପୁଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା। ଯାଞ୍ଚ ବେଳେ ଯେତେବେଳେ ପୁଲିସ ଏହି କଲକୁ ଟ୍ରାକ୍ କରିଥିଲା, ସେତେବେଳେ ଏହା ରାୟପୁରରୁ ଆସିଥିଲା ବୋଲି ଜଣାପଡ଼ିଥିଲା। ଏବେ ଠିକଣା ପାଇ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ପୁଲିସ ଏହି ଖବର ଉପରେ ପ୍ରତିକ୍ରିୟା ଦେଇନ‌ାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe