ମୁମ୍ବାଇ: ପ୍ରଶଂସକମାନଙ୍କ ହୃଦୟରେ ରାଜ କରୁଥିବା ରୋମାଣ୍ଟିକ ହିରୋ ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ଗତ ନଭେମ୍ବର ୨ ତାରିଖରେ ୫୬ ବର୍ଷରେ ପଦାର୍ପଣ କରିଛନ୍ତି ।
ଜନ୍ମଦିନରେ ଶାହାରୁଖ ଖାନଙ୍କ ଗୋଟିଏ ଝଲକ ପାଇବା ପାଇଁ ତାଙ୍କ ପ୍ରଶଂସକମାନେ ଗୋଟିଏ ରାତି ପୂର୍ବରୁ ମନ୍ନତ ବାହାରେ ଅପେକ୍ଷା କରି ରହିଥିଲେ। ନଭେମ୍ବର ଦୁଇ ତାରିଖ ସକାଳ ଯାଇ, ଦ୍ବିପହର ଯାଇ ରାତି ବି ବିତିଗଲା କିନ୍ତୁ ଶାହାରୁଖ ତାଙ୍କ ପ୍ରଶଂସକମାନଙ୍କୁ ଭେଟିବାକୁ ଆସିଲେ ନାହିଁ।
ଶେଷରେ ପ୍ରଶଂସକମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ିଥିଲା। ଏଥିସହିତ ନିଜ ଜନ୍ମଦିନକୁ ନେଇ ଶାହାରୁଖ କୌଣସି ପୋଷ୍ଟ ବି ସୋସିଆଲ ମିଡିଆରେ କରି ନଥିଲେ। ଏମିତି କରି ସେ ୨୦ବର୍ଷ ପୁରୁଣା ପରମ୍ପରା ଭାଙ୍ଗିଥିବା କୁହାଯାଉଛି।
ପ୍ରତିବର୍ଷ ଶାହାରୁଖ ତାଙ୍କ ଜନ୍ମଦିନରେ ବାଲକନି କିମ୍ବା ଟେରେସକୁ ଆସି ପ୍ରଶଂସକମାନଙ୍କୁ ଭେଟି ଥାଆନ୍ତି। ହାତଯୋଡ଼ି, ହାତ ହଲାଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥାଆନ୍ତି। ନିଜର ସିଗନେଚର ପୋଜ ଦେଇ ତାଙ୍କ ପ୍ରଶଂସକଙ୍କୁ ଖୁସି କରି ଥାଆନ୍ତି। କିନ୍ତୁ ଚଳିତଥର ସେ ପ୍ରଶଂସକଙ୍କୁ ନିରାଶ କରି ଦେଇଛନ୍ତି।
Follow Us