ମୃତ୍ୟୁଶଯ୍ୟାରେ ପଡ଼ିଥିବା ଶିକ୍ଷକଙ୍କ ଶେଷ ଇଚ୍ଛା ପୂରଣ କଲେନି ଶାହରୁଖ

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଶିକ୍ଷକ ଥିବା ବ୍ରଦର ଏରିକ୍ ଷ୍ଟିଭ୍ ଡି’ସୁଜାଙ୍କର ଦେହାନ୍ତ ହୋଇଛି। ଅନେକ ଥର ସୋସିଆଲ ମିଡିଆରେ ଶାହାରୁଖଙ୍କୁ ତାଙ୍କର ଅସୁସ୍ଥ ଶିକ୍ଷକଙ୍କୁ ଭେଟିବା ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ଏହା ହୋଇପାରିଲା ନାହିଁ

00

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଶିକ୍ଷକ ଥିବା ବ୍ରଦର ଏରିକ୍ ଷ୍ଟିଭ୍ ଡି’ସୁଜାଙ୍କର ଦେହାନ୍ତ ହୋଇଛି। ବ୍ରଦର ଏରିକ୍ ଷ୍ଟିଭ୍ ନୂଆଦିଲ୍ଲୀର ସେଣ୍ଟ କଲମ୍ବସ୍ ସ୍କୁଲରେ ଶାହାରୁଖ ଖାନଙ୍କୁ ପାଠ ପଢ଼ାଉଥିଲେ। ସେ ଗୋଆରେ ରବିବାର ଅପରାହ୍ନ ୧.୨୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଅନେକ ଥର ସୋସିଆଲ ମିଡିଆରେ ଶାହାରୁଖଙ୍କୁ ତାଙ୍କର ଅସୁସ୍ଥ ଶିକ୍ଷକଙ୍କୁ ଭେଟିବା ପାଇଁ ନିବେଦନ କରାଯାଇଥିଲା। କିନ୍ତୁ ଏହା ହୋଇପାରିଲା ନାହିଁ ଏବଂ ଶେଷରେ ବ୍ରଦର ଏରିକ୍ ଷ୍ଟିଭ୍ ଶେଷ ନିଶ୍ୱାସ ତ୍ୟାଗ କଲେ |

Political leader urges Shah Rukh Khan to visit his ailing mentor brother  Eric D'Souza soon: 'His health is really deteriorating...' | - Times of  India 

କଂଗ୍ରେସ ନେତ୍ରୀ ସଜରିତା ଲୈଟଫ୍ଲାଙ୍ଗ ଚଳିତ ବର୍ଷ ଜୁନରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ତାଙ୍କ ଗୁରୁ ବ୍ରଦର ଏରିକ ଷ୍ଟିଭ ଡି’ସୁଜାଙ୍କୁ ଭେଟିବା ପାଇଁ ଶାହାରୁଖ ଖାନଙ୍କୁ ନିବେଦନ କରିଥିଲେ। ଏହି ପୋଷ୍ଟରେ ବ୍ରଦର ଏରିକଙ୍କ ଅସୁସ୍ଥତା ବିଷୟରେ ଜଣାଇ ସେ ଲେଖିଥିଲେ, 'ଲାଗୁଛି ଯେ ଏହା ମୋର ଶେଷ ନିବେଦନ , ବ୍ରଦର ଏରିକ୍ ଏସ୍ ଡି’ସୁଜାଙ୍କ ପାଇଁ ତାଙ୍କ ଉପସ୍ଥିତି ମାଗିବା ପାଇଁ ଶାହାରୁଖ ଖାନଙ୍କ ନିକଟରେ ପହଞ୍ଚିବାର ଏହା ମୋର ଶେଷ ପ୍ରୟାସ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe