ଫିଲ୍ମ ‘ଜିରୋ’ରେ ନଜର ଆସିବେ କି ଶ୍ରୀଦେବୀ? ଏହି ପ୍ରଶ୍ନର ଏଭଳି ଉତ୍ତର ଦେଲେ ଶାହାରୁଖ୍‌ ଖାନ୍‌

Advertisment
ଫିଲ୍ମ ‘ଜିରୋ’ରେ ନଜର ଆସିବେ କି ଶ୍ରୀଦେବୀ? ଏହି ପ୍ରଶ୍ନର ଏଭଳି ଉତ୍ତର ଦେଲେ ଶାହାରୁଖ୍‌ ଖାନ୍‌

bollywoodbubble.com

ମୁମ୍ବାଇ : ଡିସେମ୍ବର ୨୧ରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଜିରୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ଶାହାରୁଖ୍‌ ଖାନ୍‌, ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ୟାଟ୍ରିନା କୈଫ୍‌ଙ୍କୁ ଦେଖିବାକୁ ମିଳିବ। ଇତି ମଧ୍ୟରେ ଫିଲ୍ମର ଟ୍ରେଲର ଏବଂ ଦୁଇଟି ଗୀତ ରିଲିଜ୍‌ ହୋଇ ସାରିଛି । ଟ୍ରେଲର ଏବଂ ଗୀତ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଫିଲ୍ମ ମଧ୍ୟ ପସନ୍ଦ ଆସିବ ବୋଲି ନିର୍ଦ୍ଦେଶକ ଆନନ୍ଦ ଏଲ୍‌. ରାୟ ଆଶା ରଖିଛନ୍ତି। ତେବେ ଫିଲ୍ମରେ ମହାନ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ନଜର ଆସିବା ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

publive-image dnaindia.com

ଏହି ଖବର ଉପରେ କେତେ ସତ୍ୟତା ରହିଛି ସେ ନେଇ ଶାହାରୁଖ୍‌ଙ୍କୁ ପଚରାଯିବା ପରେ, ସେ ଫିଲ୍ମରେ ଶ୍ରୀଦେବୀଙ୍କର ସ୍ପେଶାଲ ଆପିୟରାନ୍ସ ରହିଥିବା କଥା କହିଥିଲେ । ‘ଖୁବ୍‌ କମ ସମୟ ପାଇଁ ଶ୍ରୀଦେବୀ ଫିଲ୍ମରେ ନଜର ଆସିବେ । ଏହି ସମୟ ଶ୍ରୀଦେବୀଙ୍କ ପ୍ରଶଂସକଙ୍କୁ ନିଶ୍ଚତ ଖୁସି କରାଇବ । ଫିଲ୍ମରେ ତାଙ୍କ ସହ ସେଇ କିଛି ସମୟ ପାଇଁ ଅଭିନୟ କରିବା ମୋ ପାଇଁ ବହୁତ ଖୁସିର କଥା ଥିଲା । କେହି ବି ଭାବି ନଥିଲେ ସେ ଏତେ ଶୀଘ୍ର ଦୁନିଆ ଛାଡ଼ି ଚାଲିଯିବେ । ଯେଉଁଠି ବି ସେ ଥାଆନ୍ତୁ, ଖୁସିରେ ଥାଆନ୍ତୁ’ ବୋଲି ଶାହାରୁଖ୍‌ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe