ଆରୟନଙ୍କ ନିର୍ଦ୍ଦେଶିତ ସିରିଜ୍‌ ପାଇଁ ଶାହରୁଖଙ୍କୁ ସମନ ପଠାଇଲେ ଦିଲ୍ଲୀ ହାଇକୋର୍ଟ

ପୁଅର କାମ ପାଇଁ ଶାହରୁଖଙ୍କ ଘରକୁ ଗଲା ସମନ। ମାନହାନି ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଅଭିନେତା ଶାହରୁଖ ଖାନଙ୍କ କମ୍ପାନି ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ସମନ ଜାରି କରିଛନ୍ତି।

Untitled-16we

ନୂଆଦିଲ୍ଲୀ: ପୁଅର କାମ ପାଇଁ ଶାହରୁଖଙ୍କ ଘରକୁ ଗଲା ସମନ। ମାନହାନି ମାମଲାରେ ଦିଲ୍ଲୀ ହାଇକୋର୍ଟ ବୁଧବାର ଅଭିନେତା ଶାହରୁଖ ଖାନଙ୍କ କମ୍ପାନି ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଏବଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସକୁ ସମନ ଜାରି କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ପୂର୍ବତନ ଅଧିକାରୀ ସମୀର ୱାଙ୍ଖଡେଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ଏହି ସମନ ଜାରି କରାଯାଇଛି। କୋର୍ଟ ସମସ୍ତ ପକ୍ଷଙ୍କୁ ସେମାନଙ୍କର ଉତ୍ତର ଦାଖଲ କରିବାକୁ ୭ଦିନ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୦ରେ ହେବ।

ସମୀର ୱାଙ୍ଖେଡେ ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ, ସେପ୍ଟେମ୍ବର ୧୮ ତାରିଖରେ ମୁକ୍ତିଲାଭ କରିଥିବା ୱେବ୍ ସିରିଜ୍ "ଦି ବ୍ୟାଡ୍ସ ଅଫ୍ ବଲିଉଡ୍" ତାଙ୍କ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି। ଏହି ସୋ’ଟି ଶାହରୁଖ ଖାନଙ୍କ ପ୍ରଯୋଜନା ସଂସ୍ଥା, ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ଶାହରୁଖଙ୍କ ପୁଅ ଆରୟନ ଖାନ୍। ଏହା ତାଙ୍କର ଡେବ୍ୟୁ ସିରିଜ୍ ଥିଲା। 

ୱାଙ୍ଖେଡେ କହିଛନ୍ତି ଯେ, ସିରିଜ୍‌ରେ ଏକ ଚରିତ୍ର ଦ୍ବାରା ତାଙ୍କୁ ଚିତ୍ରଣ କରିବାକୁ ଚେଷ୍ଟା କରାଯାଇଛି। ଜଣେ ଏନସିବି ଅଧିକାରୀ ସିରିଜ୍‌ରେ କହିଥିବା କଥା ଓ କରୁଥିବା କାମ ତାଙ୍କୁ ଅପମାନିତ କରିବା ପାଇଁ କରାଯାଇଥିବା ସେ ଦାବି କରିଛନ୍ତି। 

ପୂର୍ବତନ ଏନସିବି ଅଧିକାରୀ ସୋ’ର ବିଷୟବସ୍ତୁକୁ ମାନହାନିଜନକ ଘୋଷଣା କରିବାକୁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଏବଂ ୨କୋଟି କ୍ଷତିପୂରଣ ଦାବି କରିଛନ୍ତି। ୱାଙ୍ଖେଡେ ଦାବି କରିଛନ୍ତି ଯେ, ସୋ’ ପ୍ରସାରିତ ହେବା ପରେ, ତାଙ୍କୁ ସୋସିଆଲ ମିଡିଆରେ ଅନେକ ଅପମାନଜନକ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡିଥିଲା ​​ଏବଂ ତାଙ୍କର ସାର୍ବଜନୀନ ଭାବମୂର୍ତ୍ତି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ଅନୁଯାୟୀ, ଏହି ସୋ’ ତାଙ୍କ ବୃତ୍ତିଗତ ସଚ୍ଚୋଟତା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି।

shahrukh khan | aryan khan 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe