ରିସ୍କ ନେଇ କାମ କିପରି କରିବାକୁ ହୁଏ ରତନ ଟାଟାଙ୍କ ଠାରୁ ଶିଖିଥିଲି

୮୬ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ରତନ ଟାଟା । ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ରତନ ଟାଟାଙ୍କ ଠାରୁ ଖୁବ ପ୍ରେରଣା ପାଇଛନ୍ତି। ୨୦୧୩ରେ ଶାହରୁଖ ଖାନ ଟାଟା ଗ୍ରୁପକୁ ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ।

ନବପ


ମୁମ୍ବାଇ: ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଅକ୍ଟୋବର ୯ ତାରିଖ ରାତିରେ ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ହୋଇଯାଇଛି। ରତନଙ୍କ ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ହୋଇ ରହିଗଲା। ୮୬ବର୍ଷ ବୟସରେ ରତନ ଟାଟା ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲି ଯାଇଛନ୍ତି।

ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ ରତନ ଟାଟାଙ୍କ ଠାରୁ ଖୁବ ପ୍ରେରଣା ପାଇଛନ୍ତି। ୨୦୧୩ରେ ଶାହରୁଖ ଖାନ ଟାଟା ଗ୍ରୁପକୁ ନେଇ ନିଜର ପ୍ରତିକ୍ରିୟା ଦେଇଥିଲେ।

ଏକ ସାକ୍ଷାତକାରରେ ଶାହରୁଖ ଖାନ କହିଥିଲେ, ‘ଯେତେବେଳେ ବି ମୋ‌ତେ ସୁଯୋଗ ମିଳେ ମୁଁ ଯାଇ ଟାଟା ସନ୍ସର ଆର.କେ କୃଷ୍ଣାକୁମାରଙ୍କ ସହିତ ସମୟ ବିତାଇଥାଏ ଓ ଆଇସିଆଇସିଆଇ ବିଷୟରେ ଆଲୋଚନା କରିଥାଏ। ଏହା ମୋତେ ଖୁବ ଭଲ ଲାଗିଥାଏ। ମୁଁ ତାଙ୍କ ଭିତରେ ଏକ ସାଧାରଣ ଓ ସରଳ ମଣିଷଟିକୁ ଦେଖିବାକୁ ପାଇଥିଲି। ତାଙ୍କ ବ୍ୟବସାୟ ଚିନ୍ତାଧାରା ଖୁବ ଉଚ୍ଚକୋଟିର। ଯାହାକି ମୋତେ ଖୁବ ପ୍ରେରଣା ଯୋଗାଇଥାଏ।

ରତନ ଟାଟାଙ୍କ ଠାରୁ ମୁଁ ରିସ୍କ ନେଇ କାମ କରିବା ଶିଖିଛି। ଆଜି ପର୍ଯ୍ୟନ୍ତ ମୁଁ ଯାହାବି କିଛି ବ୍ୟବସାୟ ଆରମ୍ଭ କରିଛି। ସେ ସବୁ ଆଗକୁ ଯାଇ ସଫଳ ହେବ ସେକଥା ମୁଁ କେବେ ଚିନ୍ତା କରି ନଥିଲି। ରତନ ଟାଟାଙ୍କ ଠାରୁ ରିସ୍କ ନେଇ କାମ କିପରି କରିବାକୁ ହୁଏ ତାହାକୁ ଆଧାର କରି ମୋର ବ୍ୟବସାୟ ଆରମ୍ଭ କରିଥିଲି। ଯାହାର ଫଳାଫଳ ଆଜି ଆପଣମାନଙ୍କ ସାମ୍ନାରେ ରହିଛି। ’

ଅଧିକପଢ଼ନ୍ତୁ: https://sambad.in/india-and-beyond/net-worth-of-ratan-tata-7304316

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe