ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେବେ କିଙ୍ଗ୍‌ଖାନ୍‌; ପୁଣି ଥିଏଟର୍‌ରେ ରିଲିଜ୍‌ ହେବ ଡିଡିଏଲ୍‌ଜେ

Advertisment
ଜନ୍ମଦିନରେ ପ୍ରଶଂସକଙ୍କୁ ବଡ଼ ଉପହାର ଦେବେ କିଙ୍ଗ୍‌ଖାନ୍‌; ପୁଣି ଥିଏଟର୍‌ରେ ରିଲିଜ୍‌ ହେବ ଡିଡିଏଲ୍‌ଜେ

ମୁମ୍ବାଇ: ବଲିଉଡ୍‌ର ବାଦଶାହା କୁହାଯାଉଥିବା ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ ଆଗାମୀ ୨ ତାରିଖରେ। ନଭେମ୍ବର ୨ ତାରିଖରେ ଶାହାରୁଖ ୫୭ ବର୍ଷର ହୋଇଯିବେ। ‌ଶେଷ ଥର ପାଇଁ ଶାହାରୁଖଙ୍କୁ ୨୦୧୮ରେ ରିଲିଜ୍‌ ହୋଇଥିବା ‘ଜିରୋ’ରେ ହିରୋ ଭାବେ ଦେଖିବାକୁ ପାଇଥିଲେ। ଦୀର୍ଘ ୫ ବର୍ଷ ପରେ ପୁଣି ଥରେ ୨୦୨୩ ମସିହାରେ ‘ପଠାନ୍‌’ ଚଳଚ୍ଚିତ୍ରରେ ଜରିଆରେ କିଙ୍ଗ୍‌ ଖାନ୍‌ଙ୍କୁ ଦେଖିବାକୁ ପାଇବେ ଦର୍ଶକ।

ଜାଣିବାକୁ ମିଳିଛି ଯେ ଚଳିତ ଜନ୍ମଦିନରେ କିଙ୍ଗ୍‌ଖାନ୍‌ଙ୍କ ପ୍ରଶଂସକଙ୍କୁ ମିଳିବ ବଡ଼ ସର୍‌ପ୍ରାଇଜ୍‌। ଜାଣିବାକୁ ମିଳିଛି ଯେ ଶାହାରୁଖ୍‌ ତାଙ୍କ ଜନ୍ମଦିନ ଅବସରରେ ‘ପଠାନ୍‌’ ଫିଲ୍ମର ଟିଜ୍‌ର ରିଲିଜ୍‌ କରିବାକୁ ଯାଉଛନ୍ତି। ତେବେ ପ୍ରଶଂସକଙ୍କୁ ମିଳୁଥିବା ଉପହାର ଏତିକିରେ ସୀମିତ ନୁହେଁ। ଜାଣିବାକୁ ମିଳିଛି ଯେ କିଙ୍ଗ୍‌ଖାନ ତାଙ୍କ ଜନ୍ମଦିନ ଅବସରରେ ଦର୍ଶକଙ୍କ ପାଇଁ ଏକ ବଡ଼ ଖୁସି ରଖିଛନ୍ତି। ସେ ତାଙ୍କର ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ଡିଡିଏଲ୍‌ଜେ’କୁ ପୁଣି ଥରେ ଥିଏଟର୍‌ରେ ରିଲିଜ୍‌ କରିବାକୁ ଯାଉଛନ୍ତି।

publive-image
Film Companion

‘ଡିଡିଏଲ୍‌ଜେ’କୁ କିଙ୍ଗ୍‌ଖାନ୍‌ଙ୍କ ଜୀବନର ସବୁଠାରୁ ଆଇକନିକ୍‌ ଚଳଚ୍ଚିତ୍ର ବୋଲି ବନାଯାଏ। ୧୯୯୫ ମସିହା ଅକ୍ଟୋବର ୨୦ ତାରିଖରେ ଚଳଚ୍ଚିତ୍ରଟି ପ୍ରଥମେ ଥିଏଟର୍‌ରେ ରିଲିଜ୍‌ ହୋଇଥିଲା। ସିନେମା ଇତିହାସରେ ଏହା ଥିଲା ସବୁଠାରୁ ଦୀର୍ଘ ଦିନ ଧରି ହଲ୍‌ରେ ପଡ଼ିଥିବା ଏକ ସିନେମା। ଲକ୍‌ଡାଉନ୍‌ ସମୟକୁ ବାଦ୍‌‌ ଦେଲେ ଏହି ଚଳଚ୍ଚିତ୍ରଟି ଗତ ୨୭ ବର୍ଷ ହେବ ମୁମ୍ବାଇର ମରାଠା ମନ୍ଦିର ସିନେମା ହଲ୍‌ରେ ପଡ଼ିଛି। ଏବେ ସିନେମାଟି ମରାଠା ମନ୍ଦିର ବାଦେ ପିଭିଆର୍‌ର କିଛି ହଲ୍‌ରେ ପଡ଼ିବ।

ଚଳଚ୍ଚିତ୍ରଟି ଦିଲ୍ଲୀ, ମୁମ୍ବାଇ, କୋଲକାତା, କାନପୁର, ଅହମ୍ମଦାବାଦ୍‌, ଲକ୍ଷ୍ନୌ, ପୁଣେ ଏବଂ ସୁରଟରେ ଡିଡିଏଲ୍‌ଜେ ରିଲିଜ୍‌ ହେବାର ପୂରା ପ୍ରସ୍ତୁତ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe