୪ ଦିନର ଭଲପାଇବାରେ ମୁଁ ୪ ବର୍ଷର ପରିଶ୍ରମ ଭୁଲିଗଲି: ପଠାନ୍‌ର ସଫଳତାକୁ ନେଇ କହିଲେ କିଙ୍ଗ୍‌ ଖାନ୍‌

Advertisment
୫୦ ଦିନରେ ପାଦ ଦେଲା ଶାହାରୁଖ୍‌ଙ୍କ ଫିଲ୍ମ ‘ପଠାନ୍‌’; ଏବେ ବି ରୋଜଗାର ଜାରି

readersfusion.com

ମୁମ୍ବାଇ: ‘ପଠାନ୍’ ରିଲିଜ ପୂର୍ବରୁ ଫିଲ୍ମଟିକୁ ନେଇ ବିବାଦ ଉପୁଜିଥିଲେ ବି ରିଲିଜ୍‌ ପରେ ଏହା ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି। କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ପ୍ରଶଂସକମାନଙ୍କୁ ଫିଲ୍ମଟି ଖୁବ୍ ପସନ୍ଦ ଆସିଛି। ପ୍ରଶଂସକମାନେ ଏତେ ଖୁସି ହୋଇ ଯାଇଛନ୍ତି ଯେ ସିନେମା ହଲ୍ ଭିତରେ ନ‌ାନା ପ୍ରକାରର ପାଗଳାମୀ କରିବାକୁ ପଛାଉ ନାହାନ୍ତି। ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି କିଙ୍ଗ୍‌ ଖାନ୍‌। ସେ କହିଛନ୍ତି ଯେ ‘୪ ଦିନର ଭଲପାଇବାରେ ମୁଁ ୪ ବର୍ଷର ପରିଶ୍ରମ ଭୁଲିଗଲି’। ଆପଣ ଜାଣନ୍ତି ଯେ ଚଳଚ୍ଚିତ୍ରଟି ୫ ଦିନ ଭିତରେ ୫ କୋଟି ରୋଜଗାର କରି ସାରିଲାଣି।

ପ୍ରଶଂସକମାନେ ଏତେ ଖୁସି ହୋଇ ଯାଇଛନ୍ତି ଯେ ସିନେମା ହଲ୍‌ରେ ଟଙ୍କା ଉଡ଼ାଇବାକୁ ବି ପଛେଇ ନାହାନ୍ତି। ଏପରିକି ଗୋଟାଏ ସିନେମା ହଲ୍‌ ଭିତରେ ଶାହାରୁଖଙ୍କ ଜଣେ ପ୍ରଶଂସକ ବାଣ ବି ଫୁଟାଇଥିବା ଖବର ହସ୍ତଗତ ହୋଇଛି। କେତୋଟି ସିନେମା ହଲ୍‌ରେ ଲୋକେ ସିଟ୍‌ ଛାଡ଼ି ନାଚିବାର ବି ଦେଖିବାକୁ ମିଳିଛି।

ଶାହାରୁଖ ଅ‌ାହୁରି ବି କହିଛନ୍ତି:

ସମସ୍ତେ ଭାବୁଛନ୍ତି ଯେ ଶାହାରୁଖ୍‌ଙ୍କ ପାଇଁ ଫିଲ୍ମ ଚାଲୁଛି। ଏତେ ଭଲପାଇବ‌ା ପାଇଁ ଧନ୍ୟବାଦ୍‌।

କରୋନା ସମୟରେ ମୁଁ ମୋ ପିଲାମାନଙ୍କ ସହ ସମୟ ବିତାଇଲି। ଖାଦ୍ୟ ବନାଇବା ଶିଖିଲି।

ଶେଷ ଫିଲ୍ମ ଚାଲୁନଥିଲା ବୋଲି ଲୋକଙ୍କୁ ଲାଗୁଥିଲା ଏହି ଫିଲ୍ମ ବି ଚାଲିବନି।

ଜନ୍‌ ଆବ୍ରାହମ୍‌ଙ୍କ ସହ ‘ବଣ୍ଡିଂ’ କରିବା ମୋ ପାଇଁ ଜରୁରୀ ଥିଲା।

ଏକ ସମୟ ଥିଲା ଯେତେବେଳେ ଲୋକେ ଫିଲ୍ମଟିର ରିଲିଜ ବିରୋଧରେ ସ୍ବର ଉଠାଉଥିଲେ। ସେ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଫିଲ୍ମଟିକୁ ରିଲିଜ୍‌ କରାଇଛନ୍ତି ଓ ଭଲପାଇବା ବି ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe