ପ୍ରଥମଦିନରେ ବକ୍ସ ଅଫିସରେ ୧୦ଟି ରେକର୍ଡ ଭାଙ୍ଗିଲା ‘ପଠାନ’

ପ୍ରଥମଦିନରେ ବକ୍ସ ଅଫିସରେ ୧୦ଟି ରେକର୍ଡ ଭାଙ୍ଗିଲା ‘ପଠାନ’

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବଲିଉଡ ସିନେମା ‘ପଠାନ୍‌’ ଗତ ବୁଧବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ସିନେମାକୁ ଦେଖିବା ପରେ ଦର୍ଶକ ଖବୁ ଭଲ ପାଇବା ଦେଇଛନ୍ତି। ଏମିତି କି ସିନେମା ଦେଖିବାକୁ ହଲରେ ପହଞ୍ଚିଥିବା ଦର୍ଶକ ଅନେକ ପ୍ରତିକ୍ରିୟା ଦେଇଥିଲେ। ଏଥିସହିତ ଜଣେ ପ୍ରଶଂସକ କହିଥିଲେ, ‘ ପଠାନ ସିନେମା ଦେଖିବା ପାଇଁ ପାଖରେ ଟଙ୍କା ନଥିଲେ କିଡନୀ ବିକି ଦେଇ ଥାଆନ୍ତି।

ସିନେମା ପ୍ରଥମ ଦିନରେ ବକ୍ସ ଅଫିସରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ପ୍ରଥମଦିନରେ ସିନେମାଘରେ ସିନେମା ଯେମିତି ଝଡ଼ ସୃଷ୍ଟି କରିଛି, ଆଗକୁ ଏହାର ଭଲ ‌ରୋଜଗାର ହେବ ବୋଲି କୁହାଯାଉଛି। ଏହି ସିନେମା ରିଲିଜ ହେବାର ଗୋଟିଏ ଦିନ ମଧ୍ୟରେ ୧୦ଟି ‌ରେକର୍ଡ ଭାଙ୍ଗିଛି।

ଏହି କ୍ରମରେ ଦେଖିବାକୁ ଗଲେ ଦକ୍ଷିଣ ସିନେମାର ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ ୨’ ଓ ‘କେଜିଏଫ ୨‘ କୁ ଅଭିନେତା ଶାହରୁଖ ଖାନ, ଜନ ଅବ୍ରାହମ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସ ସଂଗ୍ରହରେ ପଛରେ ପକାଇଦେଇଛି । ଶାହରୁଖଙ୍କ ‘ପଠାନ’ ପ୍ରଥମ ଦିନରେ ୫୫ କୋଟି ଟଙ୍କାରୁ ଅଧିକ ରୋଜଗାର କରିଥିବା ଖବର ମିଳିଛି। ତେବେ ସିନେମା ଆଗକୁ ଯାଇ ଆହୁରି ଅଧିକ ରେକର୍ଡ କରିବ ବୋଲି କୁହାଯାଉଛି।

ହିନ୍ଦୀ ବେଲ୍ଟର ସବୁଠାରୁ ବଡ ଓପନିଂ ହାସଲ କରିଛି ‘ପଠାନ’। ଏହି ସିନେମା କେବଳ ହିନ୍ଦୀ ନୁହେଁ ବରଂ ପ୍ରଥମ ଦିନର ରୋଜଗାରରେ ସମସ୍ତ ଭାରତୀୟ ଚଳଚ୍ଚିତ୍ରକୁ ପଛରେ ପକାଇ ଦେଇଛି। ‘ପଠାନ’ କୌଣସି ଛୁଟିଦିନରେ ରିଲଜ ହୋଇନାହିଁ। ଏହାସତ୍ତ୍ବେ ବି ଏହା ଯେତିକି ରୋଜଗାର କରିଛି ପୂର୍ବରୁ କୌଣସି ସିନେମା ଏତିକି କରି ନଥିଲା।

'ପଠାନ୍' ୟଶ ରାଜ ବ୍ୟାନରର ତୃତୀୟ ଚଳଚ୍ଚିତ୍ର ହୋଇପାରିଛି । ଯାହା ପ୍ରଥମଦିନରେ  ୫୫ କୋଟିରୁ ଅଧିକ ରୋଜଗାରୀ କରିବାରେ ସଫଳ ହୋଇଛି। ଏହାପୂର୍ବରୁ, 'ବାର' ୫୩.୩୫ କୋଟି ଏବଂ 'ଠଗ୍ସ ଅଫ ହିନ୍ଦୁସ୍ତାନ ' ୫୨.୨୫ କୋଟିର ଓପନିଂ କରିଥିଲା।

'ପଠାନ୍' ଶାହରୁଖ ଖାନଙ୍କ ସର୍ବାଧିକ ଆୟକାରୀ ତଥା ସର୍ବ ବୃହତ ଓପନିଂ ହାସଲ କରିଥିବା ଚଳଚ୍ଚିତ୍ରରେ ପରିଣତ ହୋଇଛି। ଏହାପୂର୍ବରୁ ଏହା ‘ହାପି ନ୍ୟୁ ଇୟର' ନାମରେ ଥିଲା।

'ପଠାନ୍'  ସିନେମା ନିର୍ଦେଶକ ସିଦ୍ଧାର୍ଥ ଆନନ୍ଦ ଓ ୟଶ ରାଜ ବ୍ୟାନର ତଥା ଦୀପିକା ପାଦୁକୋନ ଓ ଜନ୍ ଆବ୍ରାହମଙ୍କ  କ୍ୟାରିୟରର ସବୁଠାରୁ ବଡ ଓପନିଂ ଫିଲ୍ମ ହୋଇପାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe