‘ପଠାନ’ ଲୁକ ପାଇଁ ଶାହାରୁଖ କରିଛନ୍ତି ଏଭଳି କଠିନ ପରିଶ୍ରମ

Advertisment
‘ପଠାନ’ ଲୁକ ପାଇଁ ଶାହାରୁଖ କରିଛନ୍ତି ଏଭଳି କଠିନ ପରିଶ୍ରମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନ୍  ତାଙ୍କ ଜନ୍ମଦିନରେ ଆଗାମୀ ଫିଲ୍ମ ‘ପଠାନ’ର ଟିଜର ରିଲିଜ କରି ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇଥିଲେ। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ସିନେମା ‘ପଠାନ’ର ଟିଜର ଇଣ୍ଟରନେଟରେ ଚହଳ ପକାଇଛି। ପ୍ରଶଂସକ ଏବଂ ଦର୍ଶକମାନେ ୪ବର୍ଷ ପରେ ଶାହରୁଖଙ୍କୁ ବଡ ପରଦାରେ ଦେଖିବାକୁ ପାଇବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ୟଶ ରାଜ ଫିଲ୍ମସର ଆକ୍ସନ୍ ପ୍ରଦର୍ଶନରେ ଶାହରୁଖଙ୍କ ନୂଆ ଆକ୍ସନ୍ ଅବତାର ଲୋକମାନଙ୍କୁ ବିସ୍ମିତ କରିଛି ।

ନିର୍ଦ୍ଦେଶକ କହିଛନ୍ତି ଯେ ସିନେମାରେ ଶାହାରୁଖଙ୍କ ଲୁକକୁ ଖୁବ ପସନ୍ଦ କରାଯାଉଛି। ଏହି ଲୁକ ପାଇଁ ଶାହାରୁଖ ଖବୁ ପରିଶ୍ରମ କରିଛନ୍ତି। ଶାହାରୁଖ ଖାନ ତାଙ୍କ ଶରୀରକୁ ‘ପଠାନ’ ପାଇଁ ବ୍ରେକିଙ୍ଗ ପଏଣ୍ଟକୁ ନେଇଛନ୍ତି। ସିନେମାରେ ଦେଖିବାକୁ ମିଳୁଥିବା ଷ୍ଟଣ୍ଟ ପାଇଁ ସେ  ଖବୁ କଠିନ ପରିଶ୍ରମ କରିଛନ୍ତି। ଷ୍ଟଣ୍ଟ ଅଭ୍ୟାସ ପାଇଁ ଦିନରାତି ଏକ କରି ଦେଇଥିଲେ ସେ। ସେଭଳି ଡ୍ୟାସିଂ ଲୁକ ପାଇଁ ସେ ନିଜ ଖାଦ୍ୟ ଓ ପାନୀୟକୁ କିଛି ମାତ୍ରାରେ ବଦଳାଇ ଦେଇଥିଲେ।

‘ପଠାନ’ ୨୫ ଜାନୁୟାରି ୨୦୧୩ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି। ପଠାନ୍ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏକ ଆକ୍ସନ୍ ଥ୍ରୀଲର ଚଳଚ୍ଚିତ୍ର । ଯେଉଁଥିରେ ଶାହାରୁଖ ଗୁପ୍ତଚର ଭୂମିକାରେ ଅଭିନୟ କରିଛନ୍ତି । ଶାହାରୁଖ ତାଙ୍କ ପ୍ରଶଂସକମାନଙ୍କୁ ‘ପଠାନ’ର ସଫଳତା ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି। କାହିଁକି ନା ଏହା ହିଟ୍ ହେଲେ ନିର୍ମାତା ଫିଲ୍ମର ସିକ୍ୱେଲ କରିପାରିବେ। ଏଥିସହିତ ଶାହରୁଖ ଖାନ୍ ଖୁବ୍ ଶୀଘ୍ର ‘ଜୱାନ୍’ ଏବଂ ତାପ୍ସି ପନ୍ନୁଙ୍କ ସହ ରାଜକୁମାର ହିରାନୀଙ୍କ ‘ଡଙ୍କି’ରେ ବି ନଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe