ଭେଣ୍ଟିଲେଟରରେ ଥିବା ପ୍ରଶଂସକ ‘ଯବାନ’ ଦେଖିବା ପରେ ଶାହରୁଖ ଦେଲେ ଏଭଳି ପ୍ରତିକ୍ରିୟା

Advertisment
ଭେଣ୍ଟିଲେଟରରେ ଥିବା ପ୍ରଶଂସକ ‘ଯବାନ’ ଦେଖିବା ପରେ ଶାହରୁଖ ଦେଲେ ଏଭଳି ପ୍ରତିକ୍ରିୟା

abplive

ମୁମ୍ବାଇ: ବଲିଉଡର କିଙ୍ଗ ଖାନ୍ ଶାହାରୁଖଙ୍କ ପ୍ରଶଂସକ ସଂଖ୍ୟା କେତେ ତାହା କାହାକୁ ଅଛପା ନାହିଁ। ଶାହରୁଖଙ୍କ ପ୍ରଶଂସକ କେବଳ ଦେଶ ଭିତରେ ନୁହେଁ ଦେଶ ବାହାରେ ବି ରହିଛନ୍ତି। ନିକଟରେ ତାଙ୍କର ଫିଲ୍ମ ‘ଯବାନ’ ରିଲିଜ୍ ହୋଇଥିଲା, ଯାହା ମାତ୍ର ୧୧ଦିନ ମଧ୍ୟରେ ୯୦୦କୋଟି ଟଙ୍କା ଆୟ କରିଛି। ବିଶ୍ବ ବକ୍ସ ଅଫିସରେ ଏତିକି କୋଟି ଟଙ୍କା ଆୟ କରିଛି ‘ଯବାନ’। ଏହାକୁ ଦେଖି ଶାହରୁଖଙ୍କ କେତେ ପ୍ରଶଂସକ ରହିଛନ୍ତି, ତାହା ସ୍ପଷ୍ଟ ହୋଇଛି। ଏମଧ୍ୟରେ ଆଉ ଏକ ଖବର ଆସିଥିଲା ଯେ, ଶାହରୁଖଙ୍କ ଜଣେ ପ୍ରଶଂସକ ଭେଣ୍ଟିଲେଟରରେ ଥାଇ ବି ‘ଯବାନ’ ଦେଖିଛନ୍ତି।

ଏହି ଖବର ଶାହରୁଖଙ୍କ ନଜରକୁ ଆସିବା ପରେ ସେ ଏକ୍ସରେ ପୋଷ୍ଟ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ ଭାଇରାଲ ହେଉଥିବା ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, "ଧନ୍ୟବାଦ ମୋର ବନ୍ଧୁ ... ଭଗବାନ ତୁମକୁ ଦୁନିଆର ସମସ୍ତ ସୁଖ ଦିଅନ୍ତୁ। ମୁଁ ତୁମଠାରୁ ଏତେ ଭଲପାଇବା ପାଇଥିବାରୁ ବହୁତ କୃତଜ୍ଞ। ଆଶା କରୁଛି ତୁମେ ଏହି ଫିଲ୍ମକୁ ପସନ୍ଦ କରିଛ। "

ଭେଣ୍ଟିଲେଟରରେ ଥିବା ଶାହରୁଖଙ୍କ ପ୍ରଶଂସକଙ୍କ ନାମ ଅନୀଶ ଫାରୁକି ବୋଲି ଜଣାପଡ଼ିଥିଲା। ଅନୀଶଙ୍କର ଏକ ଇନଷ୍ଟା ରିଲ୍ସ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ପ୍ରେକ୍ଷାଳୟରେ ବସି ‘ଯବାନ’ ଦେଖୁଥିବା ରିଲ୍ସରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe