ତୁମ ପରେ କିଏ ହେବ ରୋମାନ୍ସ କିଙ୍ଗ? ଏଭଳି ଉତ୍ତର ଦେଲେ ଶାହରୁଖ

ଆପଣଙ୍କୁ କ'ଣ ଲାଗୁଛି, ଆପଣ ଅବସର ନେବା ପରେ କିଏ ବଲିଉଡର ରୋମାନ୍ସ କିଙ୍ଗ ହେବ? ଲିଉଡ ପ୍ରଯୋଜକ-ନିର୍ଦେଶକ କରଣ ଜୋହରଙ୍କ ଏହି ପ୍ରଶ୍ନ ଶୁଣି ଶାହରୁଖ ଖାନ ଦେଇଥିବା ଉତ୍ତର ଏବେ ଭାଇରାଲ ହେବାରେ ଲାଗିଛି |

we

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନ ରୋମାନ୍ସ କିଙ୍ଗ ଭାବରେ ସମଗ୍ର ବିଶ୍ୱରେ ଜଣାଶୁଣା। ନିଜ ଅଭିନୟ ବଳରେ ଶାହରୁଖ ଖାନ ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି | କିନ୍ତୁ ବର୍ତ୍ତମାନ ବୟସ ବଢିବା ସହ ବୃଦ୍ଧାବସ୍ଥାକୁ ଗତି କରୁଛନ୍ତି ଶାହରୁଖ | ତାଙ୍କ ପରେ ବଲିଉଡରେ ରୋମାନ୍ସ କିଙ୍ଗ କିଏ ହେବ, ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ | ତାଙ୍କ ପରେ କିଏ ରୋମାନ୍ସ କରିବ ଏବଂ କାହାକୁ ରୋମାନ୍ସ କିଙ୍ଗ କୁହାଯିବ? ଏହି ପ୍ରଶ୍ନ ଶାହରୁଖ ଖାନଙ୍କୁ ପଚରାଯାଇଥିଲା । ଉତ୍ତରରେ ଶାହରୁଖ ଯାହା କହିଥିଲେ ତାହା ଏବେ ଭାଇରାଲ ହେବାରେ ଲାଗିଛି | 

ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଏକ ଆୱାର୍ଡ ସୋ'ରେ ଶାହରୁଖଙ୍କୁ ବଲିଉଡ ପ୍ରଯୋଜକ-ନିର୍ଦେଶକ କରଣ ଜୋହର ପ୍ରଶ୍ନ କରୁଛନ୍ତି | ସେ ପଚାରୁଛନ୍ତି ଯେ, ଆପଣଙ୍କୁ କ'ଣ ଲାଗୁଛି, ଆପଣ ଅବସର ନେବା ପରେ କିଏ ବଲିଉଡର ରୋମାନ୍ସ କିଙ୍ଗ ହେବ? ଏହି ପ୍ରଶ୍ନ ଶୁଣି ଶାହରୁଖ କିଛି ସମୟ ଚୁପ ରହିବା ସହ ଉତ୍ତର କ'ଣ ଦେବେ ଭାବୁଛନ୍ତି | ଏହା ପରେ ସେ କହୁଛନ୍ତି, ମୋ ସହ ରୋମାନ୍ସ ବି ଅବସର ନେଇଯିବ | ତାଙ୍କର ଏହି ଉତ୍ତର ଶୁଣି ଉପସ୍ଥିତ ଲୋକେ ହସିବାକୁ ଲାଗୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe