ମୁମ୍ବାଇ: ନଭେମ୍ବର ୨ରେ କିଙ୍ଗ ଖାନ ଶାହରୁଖ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଏହି ଅବସରରେ ସେ ଏକ ବଡ ଘୋଷଣା କରିଥିଲେ। ଏହି ଘୋଷଣା ଶୁଣି ତାଙ୍କ ପ୍ରଶଂସକମାନେ ଏବେ ବହୁତ ଖୁସି ଅଛନ୍ତି। ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି ଖବର ଦେଇ ଶାହାରୁଖ ଖାନ କହିଥିଲେ ଯେ, ସେ ଧୂମପାନ ଛାଡିଛନ୍ତି।
ଏହି ଖବରଟି ତାଙ୍କ ପ୍ରଶଂସକଙ୍କୁ ଉଭୟ ଆଶ୍ଚର୍ଯ୍ୟ ଓ ଖୁସି କରାଇଥିଲା। ଶାହାରୁଖ ସିଗାରେଟ ଟାଣିବା ଆରମ୍ଭ କରିବାର ୩ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି | ସେ ଖୋଲାଖୋଲି ଭାବେ ସିଗାରେଟ ଟାଣୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସେ ଧୂମପାନ କରୁଥିବାର ଭିଡିଓ ଭାଇରାଲ ହେଉଥିବା ବେଳେ ଏବେ ଶାହରୁଖ ଧୂମପାନ ଛାଡ଼ିଥିବା କହିଛନ୍ତି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, "ଖୁସି ଖବର ହେଲା ମୁଁ ଧୂମପାନ ଛାଡ଼ିଦେଇଛି ସାଙ୍ଗମାନେ। ଏଠାକୁ ଆସିବା ପୂର୍ବରୁ ମାତେ ଲାଗୁଥିଲା, ମୁଁ ଅଣନିଶ୍ବାସୀ ହେବି ନାହିଁ। କିନ୍ତୁ ମୁଁ ଅଣନିଶ୍ବାସୀ ହେଉଛି। ହେଲେ ସମୟ ସହ ଏଇଟା ବି ଠିକ୍ ହୋଇଯିବ।"
Follow Us